ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ମାଓ ସାମଗ୍ରୀ ଠାବ

0 92

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଠାବ ହେଲା ମାଓ ଶିବିର । ମାଲକାନଗିରି ଓ କୋରାପୁଟ ଜିଲ୍ଲା ସୀମାନ୍ତ ବଦିଲି ପାହାଡ ଉପରେ ନକ୍ସଲମାନେ ଏକ ବଡ ଧରଣର କ୍ୟାମ୍ପ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା ।  ଏହାପରେ ଏସଓଜି, ଡିଭିଏଫ ଓ ସିଆରପିଏଫ ବାହିନୀ ପକ୍ଷରୁ ମିଳିତ ଭାବେ ସେଠାରେ କମ୍ବିଂ ଅପରେସନ କରାଯାଇଥିଲା । ସୁରକ୍ଷାକର୍ମୀଙ୍କ ଆସିବା ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ ପରେ ଜବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହେବା ପରେ ନକ୍ସଲମାନେ ଘଟଣାସ୍ଥଳ ଛାଡି ପଳାୟନ କରିଥିଲେ । ଆନ୍ଧ୍ର କ୍ୟାଡରର ଟପ୍ ମାଓ ନେତା ସୁରେଶ ସୁରାନା ମଧ୍ୟ ଏହି ଶିବିରରେ ଉପସ୍ଥିତ ରହିଥିଲା । ହେଲେ ସେ ପୋଲିସ ହାତରୁ ଅଳ୍ପକେ ଖସି ଯାଇଛି । ଘଟଣା ପରେ ଜବାନଙ୍କ ପକ୍ଷରୁ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ମାଓ ଶିବିରରୁ ଜବାନମାନେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ଯାହା ମଧ୍ୟରେ ରହିଛି ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି, ୪ଟି ଡିଟୋନିଟର, ୨ଟି ୱାକି ଟକି, ୧୧ଟି ନକ୍ସଲ କିଟ୍ ବ୍ୟାଗ୍ ଓ ପୋଷାକ ସହ ମାଓ ପୋଷ୍ଟର ଓ ଅନେକ ପ୍ରଚାର ପତ୍ର ଜବତ ହୋଇଛି । ଘଟଣାସ୍ଥଳରୁ ନକ୍ସଲମାନେ ଖସି ଆନ୍ଧ୍ର ସୀମା ଆଡକୁ ଚାଲିଯାଇଥିବା ଜଣାପଡିଛି । ତେବେ ସେମାନଙ୍କୁ ଧରିବା ଲାଗି ଆନ୍ଧ୍ର ଓଡିଶା ସୀମାନ୍ତରେ ଆଉ ଏକ ଅପରେସନ ଆରମ୍ଭ ହୋଇଥିବା ମାଲକାନଗିରି ଏସପି ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

7 + seven =