ନମ୍ବର ପ୍ଲେଟ ମହଲତ ମାସେ ବଢିଲା, ବିଜ୍ଞପ୍ତି ଜାରି

0 96

ଭୁବନେଶ୍ୱର: ଶେଷରେ ମିଳିଲା ଆଶ୍ୱସ୍ତି । ପୂଜା ବଜାରରେ ଗାଡ଼ି ବାହାରକୁ ନେଇ ହେବ କି ନାହିଁ, ସେନେଇ ଚିନ୍ତା କରୁଥିବା ଲୋକଙ୍କ ପାଇଁ ଭଲ ଖବରଟିଏ ଆସିଛି ।
ତାହା ହେଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମହଲତକୁ ମାସେ ବୃଦ୍ଧି କରାଯାଇଛି । ଆଜି ଶେଷ ହେଉଥିବା ଡେଡଲାଇନ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅବଧି ବୃଦ୍ଧି ନେଇ ଏସଟିଏ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ତଦନୁଯାୟୀ ୧,୨,୩ ଓ ୪ରେ ଶେଷ ହେଉଥିବା ନମ୍ବର ପାଇଁ ଶେଷ ତାରିଖ ଅକ୍ଟୋବର ୩୧କୁ ଧାର୍ଯ୍ୟ କରାଯାଇଛି ।
ସେହିପରି ଶେଷ ଅଙ୍କ ୫ ଓ ୬ ପାଇଁ ଡେଡଲାଇନ ନଭେମ୍ବର ୩୦ ଧାର୍ଯ୍ୟ କରାଯାଇଛି । ଏହାଛଡ଼ା ୭ ଓ ୮ରେ ଶେଷ ହେଉଥିବା ନମ୍ବର ପାଇଁ ଡିସେମ୍ବର ୩୧ ଶେଷ ଦିନ ଥିବାବେଳେ ୯ ଓ ୦ ଶେଷ ଅଙ୍କ ଥିବା ନମ୍ବର ପାଇଁ ଜାନୁଆରୀ ୩୧ ଡେଡଲାଇନ ରଖାଯାଇଛି ।
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ସମୟସୀମାକୁ ନେଇ ଛାନିଆ ହୋଇ ଯାଇଥିବା ଗାଡି ଚାଳଳଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ସେମାନଙ୍କୁ ମିଳିଛି ଆଉ ମାସେ ମହଲତ । ଫଳରେ ପୁରୁଣା ନମ୍ବର ପ୍ଲେଟ ଥିଲେ ବି ଆସନ୍ତାକାଲି ଗଣିବାକୁ ପଡିବନି ଜରିମାନା । ଆଜି ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଥିବା ବେଳେ ନିଜ ଆଡୁ ମାସେ ସମୟସୀମା ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । ଅର୍ଥାତ ଅକ୍ଟୋବର ୩୧ ତାରିଖ ପର୍ୟ୍ୟନ୍ତ ନିଜ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବାକୁ ସମୟ ପାଇପାରିଛନ୍ତି ଗାଡି ଚାଳକ । ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

hiranchal ad1
Leave A Reply

Your email address will not be published.

19 − fourteen =