ଟି-୨୦ ବିଶ୍ୱକପ ପାଇଁ ପୁରସ୍କାର ରାଶି ଘୋଷଣା

0 85

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ ୨୦୨୨ ଆରମ୍ଭ ହେବାକୁ ମାତ୍ର ଅଳ୍ପ ଦିନ ବାକି ଅଛି > ଏହି ମେଗା ଇଭେଣ୍ଟ ଆରମ୍ଭ ପୂର୍ବରୁ ଆଇସିସି ଟୁର୍ନାମେଣ୍ଟର ପୁରସ୍କାର ରାଶି ଘୋଷଣା କରିଛି । ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ଟି -୨୦ ବିଶ୍ୱକପ ପାଇଁ ମୋଟ ୫.୬ ମିଲିୟନ ଡଲାର ପୁରସ୍କାର ରାଶି ରଖାଯାଇଛି । ଭାରତୀୟ ମୁଦ୍ରା ଅନୁଯାୟୀ ଏହି ପରିମାଣ ପ୍ରାୟ ୪୫.୬୭ କୋଟି ଅଟେ । ଏଥିରେ ବିଜେତା ସର୍ବାଧିକ ୧.୬ ମିଲିୟନ ଡ଼ଲାର୍‌ ଅର୍ଥାତ୍‌ ପ୍ରାୟ ୧୩ କୋଟି ପାଇବ, ଫାଇନାଲରେ ହାରିଥିବା ଦଳ ପ୍ରାୟ ୬.୫ କୋଟି ପାଇବ ।
ଆଇସିସି ଘୋଷଣା କରିଛି ଯେ ୧୩ ନଭେମ୍ବରରେ ମେଲବର୍ଣ୍ଣରେ ହେବାକୁ ଥିବା ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୨ ର ବିଜେତା ଦଳକୁ ୧.୬ ମିଲିୟନ ଡଲାର ପୁରସ୍କାର ରାଶି ମିଳିବାକୁ ଥିବା ବେଳେ ରନର୍ସ ଅପ ଦଳକୁ ବିଜେତା ଦଳର ଅଧା ଟଙ୍କା ମିଳିବ ।
ସେମିଫାଇନାଲରେ ହାରିଥିବା ଦଳ ପାଇଁ ୪ ଲକ୍ଷ ଆମେରିକୀୟ ଡଲାର ସ୍ଥିର କରାଯାଇଛି । ଏଥି ସହିତ, ସୁପର ୧୨ ରୁ ବାଦ ପଡିଥିବା ପ୍ରତ୍ୟେକ ଦଳକୁ ୭ ହଜାର ଆମେରିକୀୟ ଡଲାର ପ୍ରଦାନ କରାଯିବ ।

hiring

ବିଜେତା – ୧.୬ ମିଲିୟନ୍‌ ଡଲାର୍‌ (ପ୍ରାୟ ୧୩ କୋଟି ଟଙ୍କା)
ରନର୍‌ ଅପ୍‌ – ୦.୮ ନିୟୁତ (ପ୍ରାୟ ୬.୫ କୋଟି ଟଙ୍କା)
ସେମିଫାଇନାଲରେ ହାରିଥିବା ଦଳ – ୦.୪ ମିଲିୟନ୍‌ ଡଲାର (ପ୍ରାୟ ୩.୨୬ କୋଟି ଟଙ୍କା)
ସୁପର ୧୨ରେ ସବୁ ମ୍ୟାଚ ଜିତିଥିବା ଦଳ- ୪୦ ହଜାର ଡଲାର (ପ୍ରାୟ ୩୩.୬୨ ଲକ୍ଷ ଟଙ୍କା)
ସୁପର ୧୨ରେ ପ୍ରବେଶ କରିଥିବା ପ୍ରତ୍ୟେକ ଦଳ- ୭୦ ହଜାର ଡଲାର (ପ୍ରାୟ ୫୭,୦୯ ଲକ୍ଷ ଟଙ୍କା)
ପ୍ରଥମ ରାଉଣ୍ଡରେ ପ୍ରତ୍ୟେକ ମ୍ୟାଚ୍‌ ଜିତିଥିବା ଦଳ – ୪୦ ହଜାର ଡଲାର (ପ୍ରାୟ ୩୩.୬୨ ଲକ୍ଷ ଟଙ୍କା)
ପ୍ରଥମ ରାଉଣ୍ଡରୁ ବାଦ ପଡିଥିବା ଦଳ- ୪୦ ହଜାର ଡଲାର (ପ୍ରାୟ ୩୩.୬୨ ଲକ୍ଷ ଟଙ୍କା)
ସୂଚନାଯୋଗ୍ୟ, ଆଇସିସି ଟି -୨୦ ବିଶ୍ୱକପ ୨୦୨୨ ୧୬ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି । ୱେଷ୍ଟଇଣ୍ଡିଜ୍‌, ଶ୍ରୀଲଙ୍କା ସମେତ ମୋଟ ୮ ଟି ଦଳ ପ୍ରଥମ ରାଉଣ୍ଡରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏହି ୪ ଟି ଦଳ ମଧ୍ୟରୁ ସୁପର ୧୨ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ର୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍‌ ସହିତ ଅକ୍ଟୋବର ୨୨ ରେ ସୁପର ୧୨ ଆରମ୍ଭ ହେବ । ଟିମ୍‌ ଇଣ୍ଡିଆ ୨୩ ଅକ୍ଟୋବରରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

hiranchal ad1
Leave A Reply

Your email address will not be published.

three × 1 =