ଓଡ଼ିଶାରେ ପ୍ରସ୍ତୁତ ହେବ ପ୍ରତିରକ୍ଷା ଯନ୍ତ୍ରାଂଶ

0 44

ଭୁବନେଶ୍ୱର: ଓଡ଼ିଶାରେ ପ୍ରସ୍ତୁତ ହେବ ପ୍ରତିରକ୍ଷା ଯନ୍ତ୍ରାଂଶ ଓ ବିମାନର ଯନ୍ତ୍ରାଂଶ । ଏ ନେଇ ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା ସ୍ୱାକ୍ଷର କରିଛି କଲ୍ୟାଣୀ ଷ୍ଟିଲ୍ । ଲୋକସେବା ଭବନର କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏମ୍.ଓ. ୟୁ. ସ୍ୱାକ୍ଷର କରାଯାଇଛି । ଢେଙ୍କାନାଳ ଜିଲ୍ଲାର ଗଜମରାରେ ଏହି ପ୍ରକଳ୍ପ ହେବ । ଏଥିପାଇଁ ୧୧ ଶହ ଏକର ଜମି ଚିହ୍ନଟ ହୋଇଛି ।ଆସନ୍ତା ସେପ୍ଟେମ୍ବରରୁ ପ୍ରକଳ୍ପ କାମ ଆରମ୍ଭ ହେବ । ୨୪ ମାସ ମଧ୍ୟରେ ଉତ୍ପାଦନ ଆରମ୍ଭ ହେବ । କମ୍ପାନୀ ଏଠାରେ ଟିଟାନିୟମ୍‌‌ ମେଟାଲ ଓ ବିମାନ ଯନ୍ତ୍ରାଂଶ ପ୍ରସ୍ତୁତ କରିବ । ଦୁଇଟି ପର୍ଯ୍ୟାୟରେ ହେବ ପୁଞ୍ଜିନିବେଶ । ପ୍ରଥମ ପର୍ଯ୍ୟାୟରେ ୧୧ ହଜାର ୭୫୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏହା ଦ୍ୱାରା ୧୦ ହଜାର କର୍ମନିଯୁକ୍ତି ସୃଷ୍ଟି ହେବ । ମୁଖ୍ୟତଃ ଉଚ୍ଚଦକ୍ଷତା ସମ୍ପନ୍ନ ଯୁବକ ଯୁବତୀଙ୍କ କର୍ମନିଯୁକ୍ତି ପାଇଁ ଏହି ପ୍ରକଳ୍ପ ବହୁତ ବଡ଼ ସୁଯୋଗ ଦେବ । ଆଇଟିଆଇ, ପଲିଟେକ୍ନିକ୍‌‌, ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ମାନବସମ୍ବଳ ଆବଶ୍ୟକତା ପୂରଣ କରିବେ । ଏଥିସହ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ (ଏମ୍‌‌ଏସ୍‌‌ଏମ୍‌‌ଇ) ଏବଂ ଷ୍ଟାର୍ଟଅପ୍‌‌ କମ୍ପାନୀ ପାଇଁ ମଧ୍ୟ ରୋଜଗାର ମିଳିବ ।

hiring

for PDF E-PAPER visit our website – www.hiranchal.in
web portal- www.hiranchallive.in

hiranchal ad1
Leave A Reply

Your email address will not be published.

8 − one =