ଦଳିତ ପରିବାରର ୪ ଜଣଙ୍କୁ ନିର୍ମମ ଭାବେ ହତ୍ୟା

0 67

ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲାର ଫାଫାମାଉ ଅଞ୍ଚଳରେ ଏକ ଦଲିତ ପରିବାରର ଚାରିଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । କୋଠରୀ ଭିତରେ ଫୁଲଚାନ୍ଦ (୫୦), ତାଙ୍କ ପତ୍ନୀ ମେନୁ (୪୭), ଝିଅ ସପ୍ନା (୧୭) ଏବଂ ପୁଅ ଶିବ (୧୦) କୁରାଢ଼ିରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ବୁଧବାର ଅପରାହ୍ନରୁ ପରିବାର ଲୋକେ ଘରୁ ବାହାରି ନଥିଲେ । ସେହିପରି ଗୁରୁବାର ସକାଳେ ମଧ୍ୟ କେହି ନବାହାରିବାରୁ ପଡୋଶୀଙ୍କ ସନ୍ଦେହ ହୋଇଥିଲେ । ସେମାନେ ସେଠାକୁ ଯାଇ ଦେଖିବାରୁ ଉକ୍ତ ଘରେ ଏକ କଠୋରୀରେ ୪ଜଣଙ୍କ ରକ୍ତ ଜୁଡୁବୁଡୁ ଶବ ପଡିଥିଲା । ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଆଇଜି ରାକେଶ ସିଂଙ୍କ ସମେତ ସମସ୍ତ ଅଧିକାରୀଙ୍କ ସହ ଡିଆଇଜି ସର୍ବଶ୍ରେଷ୍ଠ ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗ୍ରାମବାସୀ କହିବା ଅନୁଯାୟୀ ଉକ୍ତ ପରିବାର ସହ ଗାଁରେ ରହୁଥିବା ଠାକୁର ପରିବାରର ବିବାଦ ଲାଗି ରହିଥିଲା । ଏକ ମାସ ପୂର୍ବରୁ ଠାକୁର ପରିବାରଙ୍କ ବିରୁଦ୍ଧରେ ଉକ୍ତ ପରିବାର ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା, ଅପରପକ୍ଷେ, ଏହି ପରିବାର ବିରୋଧରେ ଯୌନ ଶୋଷଣ ମାମଲା ରୁଜୁ ହୋଇଥିଲା । ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ପରିବାର ସଦସ୍ୟ ପୋଲିସ ବିରୋଧରେ କ୍ରୋଧ ପ୍ରକାଶ କରିଥିଲେ । ଆଜି ଏହି ହତ୍ୟାକାଣ୍ଡ ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ,ଠାକୁର ପରିବାର ଲୋକେମାନେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥାଇପାରନ୍ତି । ତେଣୁ ପୁଲିସ ଉକ୍ତ ପରିବାରର କିଛି ଲୋକଙ୍କୁ ଉଠାଇ ନେଇ ଏହାର ତଦନ୍ତ ଆରମ୍ଭ କରୁଛି ।

hiranchal ad1
Leave A Reply

Your email address will not be published.

eleven − six =