ଦେଶରେ ୧୦୦୦ ପୁରୁଷରେ ୧୦୨୦ ମହିଳା, ଜନ୍ମହାର ବି ହ୍ରାସ ପାଇଛି

0 43

ନୂଆଦିଲ୍ଲୀ:   ଦେଶରେ ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ ହୋଇଛି । ଏବେ ପ୍ରତି ୧୦୦୦ ପୁରୁଷରେ  ମହିଳାଙ୍କ ସଂଖ୍ୟା ରହିଛି ୧୦୨୦ । ସ୍ୱାଧିନତା ପରେ ପ୍ରଥମ ଥର ପାଇଁ ଏପରି ହୋଇଛି । ଯେତେବେଳେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସଂଖ୍ୟା ୧୦୦୦ ଟପିଛି । ଏନେଇ ନ୍ୟାଶନାଲ ଫ୍ୟାମିଲି ହେଲଥ୍ ସର୍ଭେ-୫ ରିପୋର୍ଟରେ ଜଣାପଡିଛି । ପୂର୍ବରୁ ୨୦୧୫-୧୬ରେ ଏହି ସଂଖ୍ୟା ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ୯୯୧ ଥିଲା ।

ସେହିପରି ଜନ୍ମ ସମୟରେ ଲିଙ୍ଗଗତ ଅନୁପାତରେ ମଧ୍ୟ ସୁଧାର ଆସିଛି । ୨୦୧୫-୧୬ରେ ପ୍ରତି ୧୦୦୦ ଶିଶୁ ପୁତ୍ରରେ ଶିଶୁକନ୍ୟାଙ୍କ ସଂଖ୍ୟା ଥିଲା ୯୧୯ । ଏବେ ଏହା ୯୨୯ରେ ପହଁଚିଛି ।

hiring

ଲିଙ୍ଗଗତ ଅନୁପାତରେ ଗୋଆ ସବୁଠାରୁ ଭଲ ପ୍ରଦର୍ଶନ କରିଛି । ଏଠାରେ ଗ୍ରାମାଞ୍ଚଳରେ ୧୦୦୦ ପୁରୁଷଙ୍କ  ତୁଳନାରେ ମହିଳାଙ୍କ ସଂଖ୍ୟା ୧୦୩୭ । ସହରାଞ୍ଚଳରେ ଏହି ସଂଖ୍ୟା ୯୮୫ । ପୂର୍ବରୁ ଏହି ସଂଖ୍ୟା ଗ୍ରାମରେ ୧୦୦୯ ଓ ସହରରେ ୯୫୬ ଥିଲା । ଦେଶରେ ଏପରି ୨୩ଟି ରାଜ୍ୟ ଅଛି ଯେଉଁଛି ପ୍ରତି ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ୧୦୦୦ରୁ ଅଧିକ । ଉତ୍ତର ପ୍ରଦେଶରେ ପ୍ରତି ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ୧୦୧୭, ବିହାରରେ ୧୦୯୦, ଦିଲ୍ଲୀରେ ୯୧୩, ମଧ୍ୟ ପ୍ରଦେଶରେ ୯୭୦, ରାଜସ୍ଥାନରେ ୧୦୦୯, ଛତିଶଗଡରେ ୧୦୧୫, ମହାରାଷ୍ଟ୍ରରେ ୯୬୬, ପଞ୍ଜାବରେ ୯୩୮, ହରିୟାଣାରେ ୯୨୬ ଓ ଝାଡଖଣ୍ଡରେ ୧୦୫୦ ।

ସେହିପରି ଦେଶରେ ଜନ୍ମହାର ମଧ୍ୟ ହ୍ରାସ ପାଇଛି । ଯାହା ଜନସଂଖ୍ୟା ବୃଦ୍ଧିକୁ ଦର୍ଶାଇଥାଏ । ଜନ୍ମହାର ୨ ପ୍ରତିଶତକୁ ଖସି ଆସିଛି । ଯାହାର ୨୦୧୫-୧୬ରେ ୨.୨ ଥିଲା ।

ସୂଚନାଯୋଗ୍ୟ, ୧୯୦୧ରେ ଦେଶରେ ଲିଙ୍ଗଗତ ଅନୁପାତ ପ୍ରତି ହଜାରେ ପୁରୁଷରେ ୯୭୨ ମହିଳା ରହିଥିଲା । କିନ୍ତୁ ସ୍ୱାଧିନତା ପରେ ୧୯୫୧ରେ ଏହା ୯୪୨କୁ ଖସି ଆସିଥିଲା । ୧୯୭୧ରେ ଏହା କମ୍ ହୋଇ ୯୩୦କୁ ଆସି ଯାଇଥିଲା । ୨୦୧୧ ଜନଗଣନା ଅନୁସାରେ ଏହି ସଂଖ୍ୟାରେ ସାମାନ୍ୟ ସୁଧାର ଆସି ୯୪୦ରେ ପହଁଚିଥିଲା ।

hiranchal ad1
Leave A Reply

Your email address will not be published.

8 + 10 =