ଗରିବ ଅସହାୟକଙ୍କ କାହାଣୀ କହିଲା ନାଟକ ‘ଭୋକ’

0 293

ପାରଳାଖେମୁଣ୍ଡି,୨୨/୯- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କ୍ରିଏଟିଭ ଆର୍ଟସ୍‌ ପକ୍ଷରୁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ନାଟକ ଭୋକ ମଞ୍ଚସ୍ଥ ହୋଇଯାଇଛି । କାହାଣୀଟି ଏପରି, ରିକ୍ସା ଆଉ ଚାଲୁନି କିନ୍ତୁ ରିକ୍ସା ଉପରେ ଭରସା କରି ବଞ୍ଚୁଥିବା ମଣିଷ ଅସହାୟ ହୋଇପଡୁଚି । ଭୋକ ବିକଳରେ ଅପରାଧ କରି ଜେଲ୍‌ ଯାଇ ଆରାମରେ ଦୁଇମୁଠା ଖାଇବାର ସ୍ୱପ୍ନ ଦେଖୁଚି ରିକ୍ସାବାଲା ନବଘନ । କିନ୍ତୁ ସମୟର ଚକା ଭଉଁରୀ ଖେଳରେ ବାରମ୍ବାର ହାରିଯାଉଛି । ପୋଲିସର ଆଖିରେ ପାଗଳ ସାଜିଛି । ସମସ୍ତେ ଜେଲରୁ ମୁକୁଳିବାକୁ ଚାହୁଥିବା ବେଳେ ସେ ଚାହୁଁଚି ଜେଲ୍‌ ଯିବା ଲାଗି । କିନ୍ତୁ ଯେତେବେଳେ ସେ ଏସବୁ ଭୁଲ୍‌ ବୋଲି ଜାଣୁଚି଼ି, ଭଲ ମଣିଷ ହେବାର ସଂକଳ୍ପ ନେଇ ମେହେନତ କରି ବଞ୍ଚିବାକୁ ଚାହୁଁଚି ଠିକ୍‌ ସେହି ସମୟରେ ଏ ସମାଜରେ ଆଇନ ବ୍ୟବସ୍ଥା ତାକୁ ଅପରାଧ ସଜାଇ ଜେଲ୍‌ ନେଇ ଯାଉଛି । ଏ ହେଉଛି ଭୋକିଲାର ଦୁନିଆ । ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ , ଓଡ଼ିଶା ନାଟ୍ୟ ସଂଘର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ନାଟ୍ୟଧାରା କାର୍ଯ୍ୟକ୍ରମରେ ଏଭଳି ଏକ ଭିନ୍ନ ଧରଣର ନାଟକ ଉପସ୍ଥାପନା କରିଥିଲେ କ୍ରିଏଟିଭ ଆର୍ଟସର କଳାକାରମାନେ । ପ୍ରଭାକର ପାତ୍ର ରଚନା କରିଥିବା ଏହି ନାଟକକୁ ମନୋଜ ପାଢ଼ୀ ନିର୍ଦ୍ଦେଶନା ଦେଇଥିବାବେଳେ ଆଦର୍ଶ ଦାସ ସହ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତରେ ମାଷ୍ଟର ମାଧବ ଓ ଜି. ଉମା ଶଙ୍କର, ଅଭିନୟରେ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ହରିହର ପଟନାୟକ, ହର ପ୍ରସାଦ ତ୍ରିପାଠୀ, ମାତଙ୍ଗିନି ଗୁରୁ, ସୁଜିତ୍‌ ପାଣିଗ୍ରାହୀ, କିଶୋର ଦାସ, କୁନା ହଲଧର, ପ୍ରତ୍ୟୁଷ ପଣ୍ଡା, ଜ୍ଞାନ ରଞ୍ଜନ ଦାସ, ସୁକୁମାର ମିଶ୍ର, କାମଦେବ ପାଢ଼ୀ ପ୍ରମୁଖ ଅଭିନୟ କରିଥିଲେ । କାର୍ଯ୍ୟକ୍ରମର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, କ୍ରିଏଟିଭ ଆର୍ଟସ ସଭାପତି ନୃସିଂହ ଚରଣ ପଟନାୟକ, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ନାଟ୍ୟ ସଂଘ ସଚିବ ଶୁଭକାନ୍ତ ପାଢ଼ୀ ଉପସ୍ଥିତ ଥିଲେ । ଭୁବନେଶ୍ୱରରେ ଥିବା ଗଜପତି ଜିଲ୍ଲା ତଥା ଦକ୍ଷିଣଓଡ଼ିଶା ବାସୀଙ୍କ ସହ ଦର୍ଶକମାନେ ନାଟକ ଦେଖିବା ଶହ କଳାକାରଙ୍କ ଭରପୁର ପ୍ରଶଂସା କରିଥିଲେ ।

hiranchal ad1
Leave A Reply

Your email address will not be published.

3 × five =