ମୋଡେଲ ଡିଗ୍ରୀ କଲେଜରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

0 730

ସୁବର୍ଣ୍ଣପୁର,୧୬/୧୨- ସୋନପୁର ମୋଡେଲ ଡିଗ୍ରୀ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ, ଅଣଶିକ୍ଷକ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ କଲେଜ ପରିସରରେ ଏକ ବଗିଚା ନିର୍ମାଣ କରିଥିଲେ । ମୋଡେଲ ଡିଗ୍ରୀ କଲେଜ ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମହାନ୍ତି ଛାତ୍ରଛାତ୍ରୀଙ୍କୁ ବୃକ୍ଷ ଲଗାଇବା ଏବଂ ବୃକ୍ଷର ଯତ୍ନ ନେବା ଉପରେ ନିଜର ମନ୍ତବ୍ୟ ଦେଇଥିଲେ । ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା ରାଣୀ ଜ୍ୟୋତିର୍ମୟୀ ସାହୁ, ସମାପିକା ଦାସ ପ୍ରମୁଖ ଅଧ୍ୟକ୍ଷଙ୍କ ବାର୍ତ୍ତାକୁ ସମର୍ଥନ ଜଣାଇଥିଲେ ।

hiranchal ad1
Leave A Reply

Your email address will not be published.

seventeen + nine =