ଚିତ୍ତରଂଜନ ପଲେଇଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ

0 126

ପୁରୀ : ବହୁ ଚର୍ଚ୍ଚିତ ପୁରୀର ଚିତ୍ତ ରଂଜନ ପଲେଇଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ମୃତଦେହ ମିଳିଥିବା ସ୍ଥାନ କ୍ରାଇମବ୍ରାଞ୍ଚ ଟିମ ଅନୁଧ୍ୟାନ ପରେ ଘଟଣା ଦିନ ଚିତ୍ତ ସହିତ ଭୋଜିରେ ଥିବା ସମସ୍ତ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଟିମ ଜେରା ଆରମ୍ଭ କରିଛି । ପୁରୀ ବାସେଳି ସାହି ଥାନାରେ ଏହି ଜେରା ଚାଲିଛ଼ି । ଅଟକ ଥିବା ଚିତ୍ତର ସାଙ୍ଗ ଶାସନଦାମୋଦରପୁରର ଜଗନ୍ନାଥ ଷଡ଼ଙ୍ଗୀ,ବାସୁଦେବପୁରର ସୂର୍ଯ୍ୟପ୍ରସାଦ ମିଶ୍ର, ଚିତ୍ତଙ୍କ ପୁତୁରା ଦୀଲିପ ପଲାଇ, ବ୍ରହ୍ମଗିରି ବ୍ରାହ୍ମଣୀଆର ଉମାକାନ୍ତ ପାଇକରାୟ ଓ ଗୋପାଳପୁରର ସର୍ବେଶ୍ୱର ଜେନାଙ୍କ ବୟାନ ରେକର୍ଡ କରାଯାଉଛି । ସଦରଥାନା ପୋଲିସ ପକ୍ଷରୁ ଗତକାଲି ପର୍ଯ୍ୟନ୍ତ ହୋଇଥିବା ମାମଲାର କେସ୍‌ ଡାଏରୀ କ୍ରାଇମବ୍ରାଞ୍ଚ ଟିମ୍‌ କୁ ପ୍ରଦାନ କରାଯାଇଛି । ଏହାପରେ ଟିମ୍‌ ସାନବନ୍ଧକେରା ସ୍ଥିତ ମୃତ ଚିତ୍ତରଞ୍ଜନ ପଲାଇଙ୍କ ଘରକୁ ଯାଇ ତା ପରିବାର ଲୋକଙ୍କ ବୟାନ ରେକର୍ଡ କରିବ ।

hiranchal ad1
Leave A Reply

Your email address will not be published.

one × 2 =