ଦେଶୀ ରନ୍ଧା ମଦ ଭାଟି ବନ୍ଦ କରିବାକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦାବି

0 85

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ କେରାଣ୍ଡି ପଞ୍ଚାୟତର ଅମରା ଓ ଡାଲିମ୍ବପୁର ଗ୍ରାମ ମଧ୍ୟରେ ଦେଶୀ ରନ୍ଧା ମଦ ଭାଟି ନିର୍ମାଣକୁ ନେଇ ବିିରୋଧର ସ୍ୱର ଉଠିଛି । ଅମରା ଓ ଡାଲିମ୍ବପୁର ଗ୍ରାମରେ ଥିବା ସମସ୍ତ ମହିଳା ସ୍ୱୟଂ ସହାୟକ ଦଳ ଏବଂ ଉଭୟ ଗ୍ରାମବାସୀ ନିର୍ମାଣ ହେଉଥିବା ଉକ୍ତ ଭାଟିକୁ ତୁରନ୍ତ ବନ୍ଦ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ପଲ୍ଲି ସଭା ଓ ଗ୍ରାମସଭାର ବିନା ଅନୁମତିରେ ଦେଶୀ ରନ୍ଧା ମଦ ଭାଟି ଜନବସତି ଅଞ୍ଚଳରେ କିଭଳି ସମ୍ଭବ ହେଲା ଏବଂ କିଏ ଅନୁମତି ଦେଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ସାତ ଦିନ ମଧ୍ୟରେ ଉକ୍ତ ଭାଟିକୁ ବନ୍ଦ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଡେ଼ପୁଟି କଲେକ୍ଟର ନଟବର ଗରଡ ଦାବିପତ୍ରଟି ଗ୍ରହଣ କରିଥିଲେ । ଯଦି ଜିଲ୍ଲା ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ ନ କରାଯାଏ ତେବେ ଉଭୟ ଗ୍ରାମରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଗ୍ରାମ ବାସୀ ରାଜରାସ୍ତାକୁ ଆସିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ସନ୍ତୋସି ପାଣି, ଆର.ୟାମିନୀ, ଏନ. ଚିନି କ୍ରିଷ୍ଣା, ସୁନିଲ ମହାପାତ୍ର, ମାନସ ପାଣିଗ୍ରାହୀଙ୍କ ସମେତ ବହୁ ଗ୍ରାମ ବାସୀ ସ୍ୱୟଂ ସହାୟକ ଗୋଷ୍ଠୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

5 + nine =