କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

0 183

ଫୁଲବାଣୀ,୩୧/୮- ସମଗ୍ର ଓଡିଶାରେ ପବିତ୍ର ସ୍ୱାୟତ ଶାସନ ଦିବସ ସରକାରଙ୍କ କୋଭିଡ ନିୟମ ପ୍ରକାରେ କେବଳ କର୍ମଚାରୀମାନଙ୍କୁ ନେଇ ପାଳନ କରାଯାଇଛି । ଫୁଲବାଣୀ ପୌର ପରିଷଦରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ଯୋଗଦେଇ ଜାତୀୟପତାକା ଉତ୍ତୋଳନ କରିଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା ଉପସ୍ଥିତ ଥିଲେ । ମୁଖ୍ୟଅତିଥି ପୌର ପରିଷଦର କର୍ମଚାରୀମାନଙ୍କୁ ଉଦବୋଧନ ଦେଇଥିଲେ ଓ ପୌର ପରିଷଦର ବିକାଶ କ୍ଷେତ୍ରରେ କର୍ମଚାରୀ ମାନଙ୍କ ସହଯୋଗ କାମନା କରିଥିଲେ । ପୌର ପରିଷଦର କର୍ମଚାରୀ ମାନଙ୍କ ମଧ୍ୟରେ ସ୍ୱଚ୍ଛ ସାଥି ଓ ଅନ୍ୟ ଦକ୍ଷ କର୍ମଚାରୀ ମାନଙ୍କୁ ପୋଷାକ ବଣ୍ଟନ କରିଥିଲେ । ଫୁଲବାଣୀ ପୌର ପରିଷଦ ତରଫରୁ କରାଯାଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରାୟ ୩୦ ଜଣ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଫୁଲବାଣୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଫାଲଗୁନି କହଁର ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଫୁଲବାଣୀ ଏଜୋ ହାଇସ୍କୁଲର ଅଭିଷେକ ଲେଙ୍କା ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ଫୁଲବାଣୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅର୍ଚ୍ଚନା ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରି ମୁଖ୍ୟଅତିଥି ତଥା ଉପଜିଲ୍ଲାପାଳ ଶେଷଦେବ ମିଶ୍ରଙ୍କ ହାତରୁ ବିଜେତା ଟ୍ରଫି ଗ୍ରହଣ କରିଥିଲେ । ଶେଷରେ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା ମଧ୍ୟ ପୌର ପରିଷଦର ଉନ୍ନତି, ଅଗ୍ରଗତି ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଫୁଲବାଣୀ ପୌର ପରିଷଦ ଆଜି କେବଳ ସଫେଇ କର୍ମଚାରୀ ଓ ପରିଷଦର ବିଭିନ୍ନ ଦାୟିତରେ ଥିବା ଅଧିକାରୀମାନଙ୍କ ମିଳିତ ଉଦ୍ୟମରେ ଫୁଲବାଣୀ ସହରବାସୀଙ୍କ ବିଶ୍ୱାସଭାଜନ ହୋଇପାରିଥିବା ଯୋଗୁଁ ଶ୍ରୀ ବେହେରା ଏହାର ଶ୍ରେୟ ସମସ୍ତ କର୍ମଚାରୀ ଓ ପୌର ପରିଷଦର ଚେୟାର ପର୍ସନ ଦାୟିତ୍ୱରେ ଥିବା ଜିଲ୍ଲାପାଳ ଡ଼ଃ ବୃନ୍ଦା ଡିଙ୍କୁ ଦେଇଥିଲେ । ତାଙ୍କ ବକ୍ତବ୍ୟରେ କହିଥିଲେ କି ଜିଲ୍ଲାପାଳ ମହୋଦୟା ସବୁବେଳେ, ପ୍ରତି ମୁହୂର୍ତ୍ତରେ ଆବଶ୍ୟକ ସ୍ଥଳେ ସହଯୋଗ କରିଆସୁଥିବାରୁ ତାଙ୍କୁ ଭୁୟସୀ ପ୍ରଶଂସା କରିଥିଲେ ଏବଂ ଅନୁରୂପ ଭାବେ ବାଲିଗୁଡା ବିଜ୍ଞାପିତ ଅଂଚଳରେ ଆଇଏଏସ ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ପତାକା ଉତ୍ତୋଳନ କରିଥିବା ବେଳେ ଘୁ. ଉଦୟଗିରି ବିଜ୍ଞାପିତ ଅଂଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ସ୍ୱାୟତ୍ତଶାସନ ଦିବସରେ ପତାକା ଉତ୍ତୋଳନ କରି ଉପସ୍ଥିତ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

hiranchal ad1
Leave A Reply

Your email address will not be published.

3 × 1 =