ଦିବ୍ୟ ।ଙ୍ଗ ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀଙ୍କ ଚାକିରୀକୁ ସ୍ଥାୟୀ ନିମନ୍ତେ ଦାବିପତ୍ର

0 305

ବୌଦ୍ଧ/ଜହ୍ନ ।ପଙ୍କ,୩୧/୮- ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ୧୬ ଜଣ ଭିନ୍ନକ୍ଷମ ଶିକ୍ଷକ ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଦିବ୍ୟ ।ଙ୍ଗ ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ଦୀର୍ଘ ୧୧ ବର୍ଷ ନିରବଛିନ୍ନ ଭାବେ କାର୍ଯ୍ୟକରି ଆସୁଛନ୍ତି । କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ସୁଦ୍ଧା ଆମ୍ଭେ ସର୍ବମୋଟ ୪୭୬୦ ଟଙ୍କା ମାସିକ ପାରିଶ୍ରମିକ ପାଉଥିଲେ । ସେଇଟା ପୁଣି ୬ ମାସରେ ଥରେ ପାଆନ୍ତି । ଯାହାଫଳରେ ପରିବାର ଚଳାଇବା କଷ୍ଟଦାୟକ ଏବଂ ଏହି ଟଙ୍କା ଦିନ ମଜୁରିଆ ଠାରୁ ବି କମ । ଏନେଇ ଆଜି ସଂଘ ପକ୍ଷରୁ ଏକ ଦାବିପତ୍ର ଉପ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ଦାବିପତ୍ରରେ ପ୍ରତିବର୍ଷ ଛଟେଇ ପ୍ରକ୍ରିୟା ବନ୍ଦ କରିବା, ଦରମା ବୃଦ୍ଧି କରିବା ଓ ତାଲିମ ଦେଇ ଚାକିରୀକୁ ନିୟମିତ କରିବା ଉଲ୍ଲେଖ ରହିଛି ।

hiranchal ad1
Leave A Reply

Your email address will not be published.

11 + nineteen =