ପୁରୀରେ ଗୋଶାଣୀ ଦେବୀଙ୍କ ଭଷାଣୀ ଉତ୍ସବ

0 55

ପୁରୀ,୧୬/୧୦- ପାରମ୍ପରିକ ବାଦ୍ୟରେ ଗୋଶାଣୀ ଦେବୀଙ୍କୁ ଶ୍ରୀମନ୍ଦିର ସିଂହଦ୍ୱାର ସମୁଖକୁ ଅଣାଯାଉଛି । ସେଠାରେ ପରମ୍ପରା ଅନୁଯାୟୀ ଦେବ ସଭା ଅନୁଷ୍ଠିତ ହୋଇଥାଏ । ସବୁ ଗୋଶାଣୀ ମୂର୍ତି ଙ୍କୁ ଧାଡିରେ ସିଂହଦ୍ୱାର ସମୁଖରେ ରଖାଯାଇଥାଏ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ପରେ ମହାଦୀପ ଉଠିବା ପରେ ଗୋଶାଣୀ ମୂର୍ତି ଗୁଡିକୁ ବିସର୍ଜନ ପାଇଁ ନିଆଯାଇଥାଏ । ତେବେ ଶ୍ରୀକ୍ଷେତ୍ରରେ ହେଉଛି ଅନନ୍ୟ ପରମ୍ପରା । ଶାରଦୀୟ ଦୁର୍ଗାପୂଜାରେ ଏଠାରେ ଗୋଶାଣୀ ଦେବୀଙ୍କୁ ପୂଜା କରାଯାଏ । ଶ୍ରୀକ୍ଷେତ୍ର ଅଧିଷ୍ଠାତ୍ରୀ ଦେବୀ ବିମଳାଙ୍କ ରୀତିନୀତି ଅନୁଯାୟୀ ଗୋଶାଣି ପୂଜା ଅନୁଷ୍ଠିତ ହୋଇଥାଏ । ଏକାଦଶୀରେ ପୁରୀରେ ଗୋଶାଣୀ ଦେବୀଙ୍କ ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇଥାଏ । ତେବେ କୋଭିଡ କଟକଣାକୁ ଦୃଷ୍ଟି ରେ ରଖାଯାଇ ସୀମିତ ସଂଖ୍ୟକ ପୂଜା ମଣ୍ଡପ କର୍ମକର୍ତାଙ୍କୁ ଭଷାଣ ଉତ୍ସବରେ ସାମିଲ ନେଇ ଅନୁମତି ଦିଆଯାଇଛି । ସେହିପରି ଗୋଶାଣି ଦେବୀ ଦେବ ସଭା ଦେଖିବା ଏବଂ ଦର୍ଶନ ପାଇଁ ଭକ୍ତଙ୍କ ପାଇଁ କଟକଣା ଜାରି କରାଯାଇଛି । ଶ୍ରୀମନ୍ଦିର ଚାରିପାଖ ସମେତ ବଡ଼ଦାଣ୍ଡର ମରିଚି କୋଟ ଛକ ଯାଏ ୧୪୪ ଧାରା ଜାରି କରାଯାଇଛି । ଗୋଶାଣୀ ଭଷାଣ ଉତ୍ସବ ସୁରୁଖୁରୁରେ ଶେଷ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅବଶ୍ୟକ ବ୍ୟବସ୍ଥା କରାଯାଇଛି ।

hiranchal ad1
Leave A Reply

Your email address will not be published.

three × four =