୧୦୫ ମୋବାଇଲ ଜବତ,ବିହାରର ଗ୍ୟାଙ୍ଗ ଲିଡର ସମେତ ୫ ଗିରଫ

0 53

ପୁରୀ :ପୁରୀ ପୋଲିସକୁ ବଡ ସଫଳତା । ପୋଲିସର ବଛା ବଛା ୬ ଜଣ ପୋଲିସ ଅଧିକାରୀଙ୍କୁ ନେଇ ଗଠିତ Street crime prevention and detection cell ଟିମ୍‌କୁ ଏହି ସଫଳତା ମିଳିଛି । ସହରରେ ସକ୍ରିୟ ଥିବା ମୋବାଇଲ ଲୁଟେରା ଗ୍ୟାଙ୍ଗ ଠାରୁ ୧୦୫ ମୋବାଇଲ ଜବତ ହୋଇଛି ।ଏହି ଲୁଟ ଗ୍ୟାଙ୍ଗରେ ବିହାରର ଗ୍ୟାଙ୍ଗ ଲିଡର ସମେତ ୫ ଜଣଙ୍କୁ ଗିରଫ କରାଯାଇଛି ।ଗ୍ୟାଙ୍ଗ ଲିଡର ନିଜ ଦୁଇ ଜଣ ସହଯୋଗୀ ସହ ଭକ୍ତ ବେଶରେ ପୁରୀ ଆସି ସ୍ଥାନୀୟ ବାସିନ୍ଦାଙ୍କ ସମେତ ପୁରୀ ବୁଲିବାକୁ ଆସିଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଠାରୁ ମୋବାଇଲ ଲୁଟ କରୁଥିଲେ । ଗ୍ୟାଙ୍ଗର ଦୁଇ ଜଣ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ଟିମ୍‌ ଖୋର୍ଦ୍ଧା ଓ ଭୁବନେଶ୍ୱରରେ ଚଢ଼ାଉ କରୁଛି । ଲୁଟ ମୋବାଇଲ ପୁରୀ ସହର ଓ ବାହାର ରାଜ୍ୟର ୭ ଜଣ ମାଲିକଙ୍କୁ ମୋବାଇଲ ଫେରାଯାଇଛି । ପୁରୀ ସହର ବାସୀ ତଥା ପର୍ଯ୍ୟଟକ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ହେଲ୍ପ ଲାଇନ୍‌ ନମ୍ବର ୬୩୭୦୯୭୬୭୧୦୦ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି । Street crime prevention and detection cell ଅତି ସତର୍କତାର ସହ କାମ କରୁଛି । ପୂର୍ବରୁ ମୋବାଇଲ ଓ ଚେନ ଲୁଟ ଘଟଣାରେ ମୋଟ ୨୭ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରିଛି । ଏହି ୨୭ ଜଣଙ୍କ ସହ ଆଜି ଗିରଫ ହୋଇଥିବା ୫ ଜଣ ସହରର ବିଭିନ୍ନ ଥାନା ଇଲାକାରେ ଚେନ ଓ ମୋବାଇଲ ଲୁଟ କରୁଥିଲେ । ମୋବାଇଲ ଲୁଟ୍‌ ର ଶିକାର ହୋଇଥିବା ଗ୍ରାହକଙ୍କୁ ସେମାନଙ୍କ ମୋବାଇଲ ଫେରାଇବା କଠିନ କାର୍ଯ୍ୟ । ସମସ୍ତ କାଗଜପତ୍ର ଅନୁଧ୍ୟାନ କରାଯାଇ ଉପଯୁକ୍ତ ମାଲିକଙ୍କୁ ଏହା ଫେରାଇବା ସହ ଲୁଟରେ ସଂପୃକ୍ତ ଅନ୍ୟ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଟାଉନ୍‌ ଥାନା ସମ୍ମିଳନୀ କକ୍ଷରେ ଆୟୋଜିତ ମୋବାଇଲ ମେଳା ଓ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଏସପି କନୱର୍‌ ବିଶାଲ ସିଂହ ଏହା କହିଛନ୍ତି ।ଏହି ଅବସରରେ ମୋବାଇଲ ଲୁଟ୍‌ ଗ୍ୟାଙ୍ଗକୁ ଧରିଥିବା ସ୍ୱତନ୍ତ୍ର ଟିମ୍‌କୁ ଏସପି ସମ୍ବର୍ଦ୍ଧିତ କରିଥିଲେ ।

hiranchal ad1
Leave A Reply

Your email address will not be published.

13 − 7 =