ପରିବା ବଜାରରେ ଗହଳି କମିଛି କିନ୍ତୁ ଦୂରତା ରହୁନାହିଁ

0 99

ସମ୍ବଲପୁର: ସ୍ଥାନୀୟ ଗୋଲବଜାରରେ ପନିପରିବା କିଣାବିକା ପାଇଁ ଜନଗହଳି ହେଉଥିବାରୁ ସେଠାରେ ସାମାଜିକ ଦୂରତା ରକ୍ଷା ହେଉନଥିଲା । ଏହି ପରିପ୍ରେକ୍ଷୀରେ ଏହାକୁ ନଗରୀୟ ଅଞ୍ଚଳ ବାହାରେ ପ୍ରାୟ ୪କିମି ଦୂର ମନ୍ଦଲିଆ ପଡିଆକୁ ରାତାରାତି ସ୍ଥାନାନ୍ତର କରାଗଲା । ଜନସାଧାରଣଙ୍କୁ ସେତେ ଦୂରକୁ ଯାଇ ପରିବା କିଣିବା ପାଇଁ କଷ୍ଟ ହେଉଛି ଓ କେବଳ ବାହନ ରଖିଥିବା ଲୋକେ ସେଠାକୁ ଯାଇପାରୁଛନ୍ତି ଏଣୁ ସେଠାରେ ଆଉ ଜନଗହଳି ହେଉନାହିଁ ଏହି କଥା ସତ । ସୁରକ୍ଷା ଦୃଷ୍ଟିରୁ ସେଠାରେ ଏକ ଅସ୍ଥାୟୀ ପୁଲିସ ଶିବିର ମଧ୍ୟ ସ୍ଥାପନ କରାଯାଇଛି । ଏତେ ଆଡମ୍ବର ସତ୍ତ୍ୱେ ସେଠାରେ କିନ୍ତୁ ସାମାଜିକ ନିୟମ ପରିପାଳନ ହୋଇପାରୁନାହିଁ ଓ ସେଠାରେ ମୁତୟନ ପୁଲିସ ମୁକଦର୍ଶକ ସାଜିଛି । ସେହିପରି ବୀର ସୁରେନ୍ଦ୍ର ସାଏ ମାର୍ଗ କଡରେ ଲକ୍ଷ୍ମୀଟକିଜ ଛକରୁ ମୁଦିପଡା ପର୍ଯ୍ୟନ୍ତ ପରିବା ବଜାର ଲାଗିଛି ଓ ସେଠାରେ ମଧ୍ୟ ସ୍ଥିତି ଅନୁଧ୍ୟାନ ପାଇଁ ପୁଲିସ ମୁତୟନ କରାଯାଇଛି । ସେଠାରେ ପୁଲିସର ଭୁମିକା ମାତ୍ର ଟ୍ରାଫିକ ନିୟନ୍ତ୍ରଣ ଭିତରେ ସୀମିତ ରହିଯାଇଛି ଓ ସାମାଜିକ ନିୟମ ପ୍ରତି କାହାରି ଦୃଷ୍ଟିନାହିଁ ।

hiranchal ad1
Leave A Reply

Your email address will not be published.

thirteen + fifteen =