ଜିଲ୍ଲା ଚାଇଲ୍‌ଡ଼ ଲାଇନର ବାର୍ଷିକ ଉତ୍ସବ

0 54

ସୁବର୍ଣ୍ଣପୁର,୩୧/୮ – ଜିଲ୍ଲା ଚାଇଲ୍ଡ ଲାଇନକୁ ଆଜି ଦୁଇ ବର୍ଷ ପୂରଣ ହୋଇଛି । ଏହି ଅବସରରେ ସୋନପୁର ସଦର ଏନ୍‌ ଜି ଓ ସି ସି ସଭାଗୃହ ଠାରେ ଆଜି ବାର୍ଷିକ ଉତ୍ସବ ପାଳନ କରାଯାଇଛି । ପ୍ରଥମେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପରେ ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଶିଶୁ ଗୃହ ସୋନପୁରର ଶିଶୁ କଳାକାର ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଅତିଥି ଭାବରେ ରେଆରର ପ୍ରତିଷ୍ଠାତା ଗୌରିଶ୍ୟାମ ପଣ୍ଡା, ରେଆରର ଆଜୀବନ ସଭ୍ୟ ତଥା ଏକ୍ସନ ଏଡ୍‌ ଇଣ୍ଡିଆ ର ଜାତୀୟ ଆବାହକ ଘାସିରାମ ପଣ୍ଡା, ଶିଶୁ ଅତିଥି ସୁନୀତା ବାରିକ୍‌, ରେଆରର କୋଷାଧ୍ୟକ୍ଷ ଅଞ୍ଜଳି ନେଗୀ ଯୋଗ ଦେଇଥିଲେ । ଚାଇଲ୍ଡ ଲାଇନ ସଦସ୍ୟ ସୁଦାମ ଗାଇଗୌରିଆ ସ୍ୱାଗତ ଜଣାଇବା ସହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ଅନଙ୍ଗ ନେଗି ସଭା ସଂଯୋଜନା କରିଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ଯଥା ବୁଢ଼ାରଜା ଯୁବ ସଂଗଠନ ସୋନପୁର, ଯୁବ ଜ୍ୟୋତି ଯୁବକ ସଂଘ ସୋନପୁର, ସଖି କେନ୍ଦ୍ର ସୋନପୁର,ଯୁବ ମହାସଂଘ ଉଲୁଣ୍ଡା, ରାଧା ମାଟୁପାଲି, ଏଚ୍‌ ଟୁ ଓ ବିନିକା, ସିୟା ବୀରମହାରାଜପୁର, ଗ୍ରାମଥାନ ସୋନପୁର, ଶିଶୁ ଗୃହ, ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର,ର ପ୍ରତିନିଧି ମାନେ ଯୋଗ ଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥଲେ । ଶେଷରେ ସଦସ୍ୟ ଆଶିଷ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସଦସ୍ୟ ତୃପ୍ତିମୟୀ ପ୍ରଧାନ ,ମନୋଜ ସ୍ୱାଇଁ, ଉଦ୍ଧବ ବାଗ, ଗାୟତ୍ରୀ ବହିଦାର,ରୋଜି ମା, ଆନନ୍ଦିନୀ ଷାଣ୍ଢ, ପ୍ରମୋଦ କୁମାର ମଲ୍ଲିକ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

12 + 18 =