ନିରପେକ୍ଷ ଓ ମୁକ୍ତ ନିର୍ବାଚନ କରିବାକୁ ବିଜେପି ପକ୍ଷରୁ ଦାବି

0 55

ସୁବର୍ଣ୍ଣପୁର: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନିରପେକ୍ଷ , ଅବାଧ ଓ ମୁକ୍ତ ଭାବରେ ପରିଚାଳନା କରିବାକୁ ଜିଲ୍ଲା ବିଜେପି ପକ୍ଷରୁ ଦାବି କରାଯାଇଛି । ସ୍ଥାନୀୟ କସ୍ତୁରୀ ହୋଟେଲର ସଭାକକ୍ଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ଜିଲ୍ଲା ପ୍ରଶାସନ ଶାସକ ବିଜେଡି ଦଳ ସପକ୍ଷରେ କାମ କରୁଛନ୍ତି ବୋଲି ବିଜେପି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । କରୋନା କଟକଣା ଯୋଗୁ ସଭାସମିତି ମନା ଥିବା ସତ୍ତେ୍ୱ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସଭାସମିତି ଚାଲୁଛି । ଏହି ନିର୍ବାଚନରେ ଅର୍ଥର ଦୁରୁପଯୋଗ ଆରମ୍ଭ ହୋଇଥିବାରୁ ଏହାକୁ ବନ୍ଦ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି । ବିଜେପି ସମର୍ଥକ ଚାଷୀଙ୍କୁ ଧାନ ବିକ୍ରି ସମୟରେ ହଇରାଣ କରାଯାଉଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନିରପେକ୍ଷ ଓ ମୁକ୍ତ ଭାବେ କରିବାପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦଳ ପକ୍ଷରୁ ଦାବୀ କରାଯାଇଛି । ଗତ କିଛିଦିନ ହେଲା ଜିଲ୍ଲା ବିଜେପି ରାଜନୀତିରେ ଚର୍ଚ୍ଚା ପରିସରକୁ ଆସିଥିବା ବଳରାମ ସିଂ ଯାଦବଙ୍କ ଯୋଗଦାନ ସମ୍ପର୍କରେ ସାମ୍ବାଦିକମାନଙ୍କ ପ୍ରଶ୍ନରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ମହାପାତ୍ର କହିଲେ ଯେ ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜେଡିରେ ଯୋଗଦାନ କରି ପ୍ରଚାର କରିଥିଲେ । ତାଙ୍କର ବିଜେପି ଯୋଗ ଦେବା ଖବର ଜିଲ୍ଲା ବିଜେପି କିମ୍ୱା ରାଜ୍ୟ ବିଜେପି ପାଖରେ ଖବର ନାହିଁ । ଏହି ନିର୍ବାଚନ ସମୟରେ ଦଳରେ ତଥା ଜନସାଧାରଣଙ୍କ ମଧ୍ୟରେ କିଛି ଲୋକ ଦଳକୁ ବିଭ୍ରାନ୍ତ କରିବାକୁ ଅପଚେଷ୍ଟା କରୁଛନ୍ତି କିନ୍ତୁ ଦୀର୍ଘଦିନ ହେଲା ଜିଲ୍ଲାରେ ବିଜେପି ଦଳ କାର୍ଯ୍ୟକର୍ତ୍ତା ଶୃଙ୍ଖଳିତ ଓ ଏକଜୁଟ ହୋଇ ଲଢେଇ କରୁଛନ୍ତି ବୋଲି ସେ ମତବ୍ୟକ୍ତ ଦେଉଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ମହିଳା ସଭାନେତ୍ରୀ ସଂଯୁକ୍ତା ହୋତା, ଜିଲ୍ଲା ଆଇଟି ସେଲର ସୁନିତା ଗିରି, ସୋନପୁରନଗର ସଭାପତି ଜଗତ ଜ୍ୟୋତି ତ୍ରିପାଠୀ, ଅନନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

5 × one =