କରୋନା ଆକ୍ରାନ୍ତରେ ଘୁ ଉଦୟଗିରି ପାହାଡ଼ସାହିର ଜଣେ ବ୍ୟକ୍ତି ମୃତ

0 37

ଘୁ ଉଦୟଗିରି: ଘୁ ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୮ ନମ୍ବର ୱାର୍ଡ ପାହାଡ଼ ସାହିର ମହମ୍ମଦ ସାଫି (୫୫) ନାମକବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ଘୁ ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଘୋଷଣା କରାଯାଇ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେବା ପରେ ସେ ଘରେ ଥିଲେ । ପରେ ତାଙ୍କୁ ଔଷଧ ଦେଇ ଘରେ ସଙ୍ଗରୋଧରେ ରହିବା ପାଇଁ କୁହାଗଲା । ରାତିରେ ସେ ଶୋଇଥିବା ବେଳେ ଆଜି ସକାଳୁ ସେ ଆଉ ଉଠି ନ ଥିଲେ । ତାଙ୍କ ଝିଅ ଭୁବନେଶ୍ୱରରୁ ବାପାଙ୍କ ପାଖକୁ ଫୋନ କରିଥିଲେ ହେଲେ ସେ ଫୋନ ଉଠେଇନଥିଲେ । ପରେ ପଡିଶା ଘର ଜଣେ ଲୋକଙ୍କୁ ଫୋନ କରି କହିଲେ କି ବାପା ଫୋନ ଉଠାଉ ନାହାନ୍ତି, ସେତିକି ବେଳେ ପଡିଶା ଲୋକ ଯାଇ ଦେଖିବା ବେଳେକୁ କବାଟ ଖୋଲା ଅଛି । ତାଙ୍କୁ ବହୁତ ଥର ଡାକିଲେ ତଥାପି କିଛି ପ୍ରତିଉତ୍ତର ନ ମିଳିବା ପରେ ଆଶା ଦିଦିଙ୍କ ମାଧ୍ୟମରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସୂଚନା ଦିଆଗଲା । ଗତକାଲି ସକାଳ ୮:୩୦ ବେଳକୁ ମେଡିକାଲ ଟିମ ପହଞ୍ଚି ତାଙ୍କୁ ମୃତ ଘଷଣା କଲେ ଏବଂ ସାହି ପଡିଶା ଲୋକଙ୍କୁ ସେପଟେ ନ ଯିବା ପାଇଁ ପରାମର୍ଶ ଦେଲେ । ପରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟଳୟକୁ ମଧ୍ୟ ସୂଚନା ଦିଆଗଲା । କିନ୍ତୁ ପରିତାପର ବିଷୟ ଯେ ସନ୍ଧ୍ୟା ୬ ଘଣ୍ଟିକା ପର୍ଯ୍ୟନ୍ତ ଶବ ସେହିପରି ଘରେ ପଡିକି ରହିଲା । ଶେଷର ସାହିର ବିଜେପି ନଗର ଉପସଭାପତି ରସାନନ୍ଦ ନାୟକ ଏନ ଏ ସି କାର୍ଯ୍ୟାଳୟକୁ ସୂଚନା ଦେବା ପରେ ମଧ୍ୟ ବହୁ ବିଳମ୍ବରେ ଅର୍ଥାତ ଦୀର୍ଘ ସମୟ ପରେ ଶବ ସତ୍କାର କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଗଲା । ପ୍ରଶାସନ ପକ୍ଷରୁ ବହୁ ବିଳମ୍ବରେ ଶବ ସତ୍କାର କରିବା ଦ୍ୱାରା ସାହିରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏ ବିଷୟରେ ଘୁ ଉଦୟଗିରି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ପ୍ରଶ୍ନ କରାଯିବାରୁ ସେ ତାଙ୍କ ପ୍ରତିକ୍ରିୟାରେ ପ୍ରସେସିଂଙ୍ଗ ଚାଲୁଥିଲା ତେଣୁ ଏବେ କରାଗଲା ବୋଲି କହିଥିଲେ । କରନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ ଦେହ ବହୁ ବିଳମ୍ବରେ ପ୍ରଶାସନ ପକ୍ଷରୁ ସତ୍କାର କରାଯିବା ନେଇ ସାହି ମଧ୍ୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ଶେଷରେ ସନ୍ଧ୍ୟା ୬ ଘଂଟିକାରେ ପ୍ରଶାସନ ପକ୍ଷରୁ ଶବ ସତ୍କାର କରାଗଲା ।

hiranchal ad1
Leave A Reply

Your email address will not be published.

five × two =