କରୋନା ମୁକାବିଲା ପାଇଁ ସହାୟତା ହାତ ବଢାଇଲେ ପୂର୍ବତନ ପୌରାଧ୍ୟକ୍ଷଙ୍କ ଝିଅ ପିତାମ୍ବରୀ

0 519

ପାରାଦ୍ୱୀପ :ବିଶ୍ୱରେ ମହାମାରୀ ରୂପ ନେଇଥିବା କରୋନା ଭାରତରେ ତା’ର କାୟାବିସ୍ତାର କରିବା ଆରମ୍ଭ କରିସାରିଲାଣି । ଏହି ଦୃଷ୍ଟିରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଦେଶକୁ ଲକଡାଉନ କରିଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ ଦେଶ ତଥା ରାଜ୍ୟରେ ଆର୍ଥିକ ସଂକଟ ଦେଖାଯାଇଛି । ସେହିପରି କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବହୁ ନେତା, ମନ୍ତ୍ରୀ, ପ୍ରତିଷ୍ଠାନ, ଅନୁଷ୍ଠାନ, ସାଧାରଣ ଜନତା ମୁଖ୍ୟମନ୍ତ୍ରୀ ରିଲଫ ଫଣ୍ଡକୁ ଆର୍ଥ ଦାନ କରିଛନ୍ତି । ଏହି କ୍ରମରେ ପାରାଦ୍ୱୀପ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ତରାଇଙ୍କ କନ୍ୟା ପିତାମ୍ବରୀ ମହାପାତ୍ର ତାଙ୍କର ୧୫ଦିନର ଦରମା ୩୩ହଜାର ଟଙ୍କା ପୌରଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କୁ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରିଛନ୍ତି । ଏହି ଅବସରରେ ପୌର ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତିଙ୍କ ସହ ପୂର୍ବତନ ପୌରଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ତରାଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମହାନ୍ କାର୍ଯ୍ୟ ପାଇଁ ପିତାମ୍ବରୀଙ୍କୁ ଅଂଚଳବାସୀ ପ୍ରଶଂସା କରୁଛନ୍ତି ଓ ତାଙ୍କର ଗୁଣଗାନ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

9 + nineteen =