ଭିଡିଓ : ୪କି.ମି. ଦଉଡିଲା ଜଳନ୍ତା ଟ୍ରକ୍‌, ଜାଣିପାରିଲେଣି ଡ୍ରାଇଭର

0 87

ପାଲଘର(ମହାରାଷ୍ଟ୍ର): ବର୍ଣ୍ଣିଂ ଟ୍ରେନ୍‌ ବା ଜଳନ୍ତା ଟ୍ରେନ୍‌ ଘଟଣାର ଉଦାହରଣ ରହିଛି । ଅନେକ ସମୟରେ ଟ୍ରେନ୍‌ ଯାଉଥିବା ବେଳେ ସେଥିରେ ନିଆଁ ଲାଗିବା ଏବଂ ବହୁ କିଲୋମିଟର ଧରି ଅଗ୍ରସର ହେବାର ନଜିର ରହିଛି । କିନ୍ତୁ ଏକ ବସ୍‌ କିମ୍ବା ଟ୍ରକ୍‌ ଜଳନ୍ତା ଅବସ୍ଥାରେ ଦୀର୍ଘ ପଥ ଧରି ତୀବ୍ର ଗତିରେ ଦଉଡିବା ବୋଧହୁଏ ବହୁତ କମ୍‌ ଦେଖିବାକୁ ମିଳିଥାଏ । ତେବେ ଏଭଳି ଏକ ଭୟଙ୍କର ଦୃଶ୍ୟ ଶୁକ୍ରବାର ମହାରାଷ୍ଟ୍ରର ପାଲଘର ରାସ୍ତାରେ ଦେଖିବାକୁ ମିଳିଥିଲା । ଏହି ଟ୍ରକଟି ମୁମ୍ବାଇ-ଅହମ୍ମଦାବାଦ ରାଜମାର୍ଗରେ ଯାଉଥିବା ବେଳେ ହଠାତ୍‌ ସେଥିରେ ନିଆଁ ଲାଗିଯାଇଥିଲା ।

hiring

ଚାରା ଭର୍ତ୍ତି ଏହି ଟ୍ରକର ଶେଷ ଭାଗରେ ପ୍ରଥମେ ନିଆଁ ଲାଗି ପରେ ତାହା ହୁତୁହୁତୁ ହୋଇ ଅନ୍ୟ ଭାଗକୁ ଧରିଥିଲା । ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ଟ୍ରକ୍‌ର ପଛପଟେ ଏଭଳି ଭୟଙ୍କର ଓ ଦେହ ଥରାଇଦେଲା ଭଳି ନିଆଁ ଲାଗିଥିଲେ ହେଁ ଡ୍ରାଇଭର କିନ୍ତୁ ଏ ସଂପର୍କରେ ଟିକିଏ ବି ଟେର୍‌ ପାଇନଥିଲେ । ଓଲଟି ସେ ସେହି ରାଜରାସ୍ତାରେ ଅତି କ୍ଷୀପ୍ର ବେଗରେ ଟ୍ରକ୍‌ ଚଳାଇ ଚାଲିଥିଲେ । ଏହିଭଳି ଦୀର୍ଘ ୪ କି.ମି ଏହି ଟ୍ରକଟି ଯିବା ପରେ ଲୋକମାନଙ୍କ ହୋହାଲ୍ଲାରୁ ଡ୍ରାଇଭର ଏହି ଭୟନକ ଘଟଣା ସଂପର୍କରେ ଜାଣିବାକୁ ପାଇଥିଲେ । ଏହାପରେ ଘଟଣାସ୍ଥଳରେ ପୁଲିସ ଦମକଳ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।

hiranchal ad1
Leave A Reply

Your email address will not be published.

3 + thirteen =