ଗାନ୍ଧିଧାମ-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ

0 98

ଭୁବନେଶ୍ୱର: ପୁରୀ ଅଭିମୁଖେ ଆସୁଥିବା ଗାନ୍ଧିଧାମ-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି । ମହାରାଷ୍ଟ୍ର ମନ୍ଦୁରବାର ଠାରେ ଏହି ଅଘଟଣ ଘଟିଛି । ଏକ୍ସପ୍ରେସ ଟ୍ରେନ୍‌ଟି ଓଡିଶା ଅଭିମୁଖେ ଆସୁଥିବା ବେଳେ ଏହାର ଏକ ପ୍ୟାଣ୍ଟ୍ରିକାରରେ ନିଆଁ ଲାଗି ଯାଇଥିଲା । ଏଥିରେ କୌଣସି ଯାତ୍ରୀଙ୍କ କ୍ଷତି ହୋଇନାହିଁ । ତେବେ ନିଆଁ ସଂଶ୍ପର୍ସରେ ପ୍ୟାଣ୍ଟ୍ରିକାରକୁ ଲାଗି ରହିଥିବା ଏକାଧିକ ଏସି ବଗିରେ ନିଆଁ ଲାଗି ଯାଇଥିବାରୁ ଏଗୁଡିକ କ୍ଷତିଗ୍ରସ୍ତ ହୋଇଛି । ବଗିରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ତୁରନ୍ତ ବଗିର କାଚ ଭାଙ୍ଗି ବାହାରକୁ ଅଣାଯାଇଥିଲା । ରେଳବାଇ ପକ୍ଷରୁ କୁହାଯାଇଛି ଯେ, ଟ୍ରେନ୍‌ଟି ଗୁଜୁରାଟର ଗାନ୍ଧିଧାମରୁ ଓଡିଶା ପୁରୀ ଅଭିମୁଖେ ଆସୁଥିବା ବେଳେ ଆଜି ଦିନ ସାଢେ ୧୦ଟା ବେଳେ ଏହି ଘଟଣା ଘଟିଥିଲା । ଟ୍ରେନ୍‌ଟି ନନ୍ଦୁରବାର ଷ୍ଟେସନ ଛାଡିବା ପରେ ଅଗ୍ନିକାଣ୍ଡ ଘଟିବାରୁ ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ଟ୍ରେନ୍‌ ଅଧିକାରୀମାନେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ । ପ୍ୟାଣ୍ଟ୍ରିକାରକୁ ଅନ୍ୟ ବଗିଗୁଡିକ ଠାରୁ ତୁରନ୍ତ ଅଲଗା କରାଯାଇଥିଲା । ଅଗ୍ନିକାଣ୍ଡ ସମ୍ପର୍କରେ ସ୍ଥାନୀୟ ଷ୍ଟେସନ ମ୍ୟାନେଜର ଜାଣିବା ପରେ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ଓ ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ କାରଣରୁ ଯାତ୍ରୀମାନେ ଭୟଭୀତ ହୋଇ ତୁରନ୍ତ ଟ୍ରେନ୍‌ ଛାଡିଥିଲେ । ତେବେ କୌଣସି ଯାତ୍ରୀଙ୍କର କ୍ଷତି ହୋଇଥିବା ଜଣାପଡିନାହିଁ । ପରେ ଦୀର୍ଘ ସମୟ ଯାଞ୍ଚ କରି ଟ୍ରେନ୍‌ଟିକୁ ସ୍ୱାଭାବିକ କରାଯିବା ପରେ ଦିନ ୧୨ଟା୧୦ରେ ଗନ୍ତବ୍ୟପଥକୁ ଯାତ୍ରା କରିଥିଲା ।

hiranchal ad1
Leave A Reply

Your email address will not be published.

2 + thirteen =