ଟିକା ନ ନେଲେ ବିଧାନସଭା ମନା

0 56

ଭୁବନେଶ୍ୱର: ସେପ୍ଟେମ୍ବର ପହିଲାରୁ ୯ ପର୍ଯ୍ୟନ୍ତ ଚାଲିବ ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ । ଏହି ଅଧିବେଶନ ପାଇଁ ଗୁରୁବାର ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର ଏକ ବୈଠକ ଡାକିଥିଲେ । ବୈଠକର ନିଷ୍ପତ୍ତି ଅନୁସାରେ, ବିଧାନସଭା ଅଧିବେଶନ ପାଇଁ ସମସ୍ତ ମନ୍ତ୍ରୀ, ବିଧାୟକ ଓ ବିଧାନସଭା କର୍ମଚାରୀ ଓ ସାମ୍ବାଦିକମାନଙ୍କର ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯିବ । ଆସନ୍ତା ୨୯,୩୦ ଓ ୩୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ପରିସରରେ ଆରଟିପିସିଆର ଟେଷ୍ଟ କରାଯିବ । ପୂର୍ବାହ୍ନ ୮ଟା ୩୦ରୁ ଅପରାହ୍ନ ୧ ଟା ୩୦ ମିନିଟ ପର୍ୟ୍ୟନ୍ତ ଏବଂ ଅପରାହ୍ନ ୩ଟା ରୁ ୫ଟା ପର୍ଯ୍ୟନ୍ତ ଆରଟିପିସିଆର ଟେଷ୍ଟ ହେବ । କୋଭିଡ ନେଗେଟିଭ ଥିବା ବିଧାୟକ ଓ ଅଧିକାରୀମାନଙ୍କୁ ହିଁ ବିଧାନସଭା ମଧ୍ୟରେ ପ୍ରବେଶ ପାଇଁ ଅନୁମତି ଦିଆଯିବ । ସମସ୍ତ ବିଧାନସଭା ସଭ୍ୟ, ସେମାନଙ୍କର ବ୍ୟକ୍ତିଗତ କର୍ମଚାରୀ, ବିଧାନସଭା ସଚିବାଳୟର ଅଧିକାରୀ ଓ କର୍ମଚାରୀ ଯେଉଁମାନେ ଗୋଟିଏ ଡୋଜ କୋଭିଡ ଟିକା ନେଇ ନାହାନ୍ତି ସେମାନଙ୍କୁ ବିଧାନସଭା ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିବନି ।

hiranchal ad1
Leave A Reply

Your email address will not be published.

5 × four =