ଭିନିଲ୍ କ୍ରିଷ୍ଣା ହେଲେ ବାଲକ୍ରିଷ୍ଣାନ୍‌ଙ୍କ ଓଏସ୍‌ଡି

0 78

ଭୁବନେଶ୍ୱର: ୨୦୦୫ ବ୍ୟାଚର ବରିଷ୍ଠ ପ୍ରଶାସକ ଭିନିଲ୍ କ୍ରିଷ୍ଣାଙ୍କୁ ରାଜ୍ୟ ସରକାର ଆଜି ଆହୁରି ଅଧିକ ଗୁରୁଦାୟିତ୍ୱ ଦେଇଛନ୍ତି । ଅଦ୍ୟାବଧି ସେ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଓ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ପଦବୀରେ ଦାୟିତ୍ୱ ତୁଲାଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ପରାମର୍ଶଦାତା ତଥା ଅବସରପ୍ରାପ୍ତ ଆଇଏଏସ୍ ଆର୍ ବାଲ୍‌କ୍ରିଷ୍ଣାନ୍‌ଙ୍କ ଓଏସ୍‌ଡି (ସ୍ୱତନ୍ତ୍ର ଅଧିକାରୀ ଭାବେ) ନିଯୁକ୍ତି ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଭିନିଲ୍ କ୍ରିଷ୍ଣା ଓଡ଼ିଶାର ବ୍ୟୁରୋକ୍ରାଟ୍‌ମାନଙ୍କ ମଧ୍ୟରେ ଜଣେ ଚର୍ଚ୍ଚିତ ନାମ । ମାଓବାଦୀମାନଙ୍କ ଦ୍ୱାରା ଅପହୃତ ହୋଇ ସେ ମୁକ୍ତି ପାଇବା ପରେ ସାଧାରଣ ଲୋକଙ୍କ ସହିତ ଅଧିକ ପରିଚିତ ହୋଇଥିଲେ । ତାଙ୍କର କାର୍ଯ୍ୟଦକ୍ଷତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସବୁବେଳେ ଆକୃଷ୍ଟ କରିଥିବା ଜଣାଯାଇଥିବା ବେଳେ ଏବେ ଅତିରିକ୍ତ ଭାବେ ବାଲକ୍ରିଷ୍ଣାନ୍‌ଙ୍କ ଓଏସ୍‌ଡି ଭାବେ ଦାୟିତ୍ୱ ତାଙ୍କୁ ଆହୁରି ଅଧିକ ପ୍ରଭାବଶାଳୀ କରାଇଛି । ପ୍ରକାଶଯୋଗ୍ୟ ଯେ, ଭିନିଲ୍ କ୍ରିଷ୍ଣା ଏବେ ନିକଟରେ ବିଦେଶରୁ ଫେରିବା ପରେ କ୍ୱାରେଣ୍ଟାଇନରେ ଅଛନ୍ତି ।

hiranchal ad1
Leave A Reply

Your email address will not be published.

20 − 9 =