ଭାରତ-ଅଷ୍ଟ୍ରେଲିଆ ମୁକାବିଲା କଷ୍ଟସାଧ୍ୟ ହେବ

0 62

ମୁମ୍ବାଇ :ଚଳିତ ବର୍ଷ ଶେଷ ଭାଗରେ ଭାରତ ଅଷ୍ଟ୍ରେଲିଆ ଗସ୍ତ କରି ସେଠାରେ ଏକ ପୂର୍ଣ୍ଣ ସିରିଜ୍‌ ଖେଳିବ । ଗତ ୨୦୧୮ରେ ଭାରତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ୍‌ ସିରିଜ୍‌ ଜିତିପାରିଥିଲା । କିନ୍ତୁ ଏଥର ମୁକାବିଲା ଆହୁରି କଷ୍ଟସାଧ୍ୟ ହେବ । କାରଣ ୨୦୧୮ରେ ବଲ୍‌ ଟ୍ୟାମ୍ପରିଂ ଅଭିଯୋଗ ନେଇ ବାସନ୍ଦ ହୋଇଥିବାରୁ ଓପନର ଡେଭିଡ୍‌ ୱାର୍ଣ୍ଣର୍‌ ଓ ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ଖେଳି ନ ଥିଲେ । କିନ୍ତୁ ଆଗାମୀ ସିରିଜ୍‌ରେ ଉଭୟ ଖେଳାଳି ଫେରୁଥିବାରୁ ଏହା ନିଶ୍ଚିତ ଭାବେ ଭାରତ ପାଇଁ ଏକ କଷ୍ଟସାଧ୍ୟ ଟୁର୍‌ ହେବ ବୋଲି ମତ ଦେଇଛନ୍ତି ଟିମ୍‌ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍‌ ଆଜିଙ୍କ୍ୟ ରାହାଣେ । ସେ କହିଛନ୍ତି ଯେ ଅଷ୍ଟ୍ରେଲିଆରେ ଘରୋଇ ଦଳକୁ ଚାଲେଞ୍ଜ୍‌ କରିବା କଷ୍ଟକର ବ୍ୟାପାର । କାରଣ ସେମାନେ ଘରୋଇ ମାଟିରେ ବେଶ୍‌ ଶକ୍ତିଶାଳୀ । ୨୦୧୮ ତୁଳନାରେ ଆଗାମୀ ସିରିଜ୍‌ ବିଶେଷ ଭାବେ ଚାଲେଞ୍ଜିଂ ହେବ । କାରଣ ୱାର୍ଣ୍ଣର୍‌ ଓ ସ୍ମିଥ୍‌ ପ୍ରତ୍ୟାବର୍ତ୍ତନ କରୁଛନ୍ତି । କିନ୍ତୁ ଆମେ ଗତ ୨୦୧୮- ୧୯ରେ ଟେଷ୍ଟ୍‌ ସିରିଜ୍‌ ଜିତିଥିବାରୁ ସେଥିରୁ ଆମକୁ ମାନସିକ ଦୃଢ଼ତା ମିଳିବ । ତା’ଛଡ଼ା ଟେଷ୍ଟ୍‌ ଚାମ୍ପିଅନ୍‌ଶିପ୍‌ରେ ପ୍ରତିଟି ମ୍ୟାଚ୍‌ର ଗୁରୁତ୍ୱ ଥିବାରୁ ଆମକୁ ଗୋଟିଏ ସମୟରେ ଗୋଟିଏ ମ୍ୟାଚ୍‌ ଉପରେ ହିଁ ଫୋକସ୍‌ କରିବାକୁ ପଡ଼ିବ । କିନ୍ତୁ ସିରିଜ୍‌ର ପ୍ରଥମ ମ୍ୟାଚ୍‌ଟି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଆମେ ପ୍ରଥମ ଟେଷ୍ଟ୍‌ରେ ବିଜୟୀ ହୋଇ ଘରୋଇ ଦଳକୁ ଚାଲେଞ୍ଜ୍‌ ଦେବାକୁ ଉଦ୍ୟମ କରିବୁ ବୋଲି ରାହାଣେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

19 − 11 =