ଟ୍ରେନିଂ ପୂର୍ବରୁ ଏଭଳି ମନ୍ତବ୍ୟ ଦେଲେ ରୋହିତ

0 65

ନୂଆଦିଲ୍ଲୀ : ଇତିମଧ୍ୟରେ ସାର୍ଦ୍ଦୁଳ ଠାକୁର ଆଉଟ୍ ଡୋର୍ ଟ୍ରେନିଂ ଆରମ୍ଭ କରିଦେଇଛନ୍ତି । ଆଉଜଣେ କ୍ରିକେଟର ମଧ୍ୟ ଅଭ୍ୟାସ ସେସନ୍ ଆରମ୍ଭ କରିବା ପାଇଁ ଆଗ୍ରହୀ ହୋଇପଡ଼ିଛନ୍ତି । ସେ ହେଉଛନ୍ତି ରୋହିତ ଶର୍ମା । ତେବେ ରୋହିତ କହିଛନ୍ତି ଯେ, ଟ୍ରେନିଂ ଆରମ୍ଭ କରିବା ପୂର୍ବରୁ ଫିଟ୍‌ନେସ୍ ନିହାତି ଜରୁରୀ । ଫିଟ୍‌ନେସ୍ ଶତ ପ୍ରତିଶତ ହାସଲ କରିବା ପରେ ହିଁ ଅଭ୍ୟାସ ଆରମ୍ଭ କରାଯିବା ଠିକ୍ ହେବ । ଯଦିଓ ଆହତ ସମସ୍ୟାରୁ ସେ ମୁକ୍ତ ହୋଇଛନ୍ତି, ତଥାପି ତତ୍‌କ୍ଷଣାତ୍ ଅଭ୍ୟାସ ଆରମ୍ଭ କରିବାକୁ ଚାହୁଁନାହାନ୍ତି । ଲକ୍‌ଡାଉନ୍ ସଂପୂର୍ଣ୍ଣ ଭାବରେ ପ୍ରତ୍ୟାହାର ହେବା ବେଳକୁ ସେ ସଂପୂର୍ଣ୍ଣ ଫିଟ୍ ହୋଇଯାଇଥିବେ । ସେତେବେଳେ ହିଁ ଖେଳିବା ପାଇଁ ଉପଯୁକ୍ତ ହୋଇପାରିବେ ବୋଲି ସେ କହିଛନ୍ତି । ଲକ୍‌ଡାଉନ୍ ଯୋଗୁଁ ତାଙ୍କର ସମସ୍ତ ଯୋଜନା ଏପଟସେପଟ ହୋଇଯାଇଛି । ବର୍ତ୍ତମାନ ଫିଟ୍‌ନେସ୍ ଟେଷ୍ଟ ଶତପ୍ରତିଶତ ସଫଳ ହେବା ଉପରେ ସେ ଗୁରୁତ୍ୱ ଦେଉଛନ୍ତି । ଜାତୀୟ ଦଳ ପାଇଁ ଖେଳିବା ର୍ପାି ସେ ଅତ୍ୟନ୍ତ ବ୍ୟାକୁଳ । ଯେବେବି ଖେଳ ଆରମ୍ଭ ହେବ, ସେ ନିଶ୍ଚୟ ସୁଯୋଗ ପାଇବେ ବୋଲି ଆଶା ରଖିଛନ୍ତି । ସବୁକିଛି ପରିସ୍ଥିତି ନିର୍ଭର କରିଛନ୍ତି ବୋଲି ରୋହିତ କହିଛନ୍ତି । ବର୍ତ୍ତମାନ ଲକ୍‌ଡାଉନ୍ ଯୋଗୁଁ କେବଳ କ୍ରିକେଟ୍ ନୁହେଁ, ଅନ୍ୟ କ୍ରୀୀଡ଼ାର ଖେଳାଳିମାନେ ମଧ୍ୟ ହାତବାନ୍ଧି ବସିଛନ୍ତି ।

hiranchal ad1
Leave A Reply

Your email address will not be published.

three × two =