Yearly Archives

2020

କରୋନା ପଦକ୍ଷେପ : ବୌଦ୍ଧରେ ୩ଟି ଦୋକାନକୁ ସିଲ୍ କଲା ଜିଲ୍ଲାପ୍ରଶାସନ

ବୈାଦ୍ଧ: ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସାଇକେଲ୍ ଯୋଗେ ସହରର ବିଭିନ୍ନ ଛକ ପରିଦର୍ଶନ କରି ସାମାଜିକ ଦୂରତ୍ୱ ସଂପର୍କରେ ତଦାରଖ କରିଥିଲେ । ଏନଏସିଛକ, ଡେଲି ମାର୍କେଟର ତିନୋଟି ଦୋକାନ ସାମାଜିକ ଦୂରତ୍ୱକୁ ନମାନି ଜିନିଷପତ୍ର ବିକୁଥିବା ତାଙ୍କ ଦୃଷ୍ଟିକୁ ଆସିବାପରେ କାର୍ଯ୍ୟାନୁଷ୍ଠାନ
Read More...

ଆଇସୋଲେସନ ୱାର୍ଡ ରୁପେ ୩୨ ରେଲ୍‌ବଗି ବ୍ୟବହୃତ ହେବ

ସମ୍ବଲପୁର:- କରୋନା ସଂକ୍ରମଣକୁ ଆୟତ୍ତ କରିବା ସହିତ ଆଗାମୀଦିନର ସ୍ଥିତି ଅନୁମାନ କରି ପ୍ରତିହତ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏହି କାର୍ଯ୍ୟକ୍ରମ ଅନୁସାରେ ଏଠାରେ ଯାତ୍ରା ବାତିଲ କରି ଅଟକି ରହିଥିବା ରେଳବାଇ ବଗିଗୁଡିକ ମଧ୍ୟରୁ ୩୨ଟି ବଗିକୁ ଆଇସୋଲେସନ ୱାର୍ଡରୁପେ ବ୍ୟବହାର
Read More...

ତାଲା ବନ୍ଦ ସମୟରେ ଗର୍ଭବତୀଙ୍କ ପାଇଁ ଦେବଦୂତ୍ତ ସାଜିଛି ପ୍ରସବ ଯାନ ଓ ବାଇକ୍ ଆମ୍ବୁଲାନ୍ସ

ଫୁଲବାଣୀ: ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିବା ମହାମାରୀ କୋରୋନା ଭୂତାଣୁ ଭାରତ ବର୍ଷରେ ମଧ୍ୟ କାୟା ବିସ୍ତାର କରି ଅଦ୍ୟାବଧି ୬୦୦୦ରୁ ଅଧିକ ବ୍ୟକ୍ତିଙ୍କୁ ସଂକ୍ରମଣ କରିବା ସହ ୨୦୦ରୁ ଅଧିକ ଜୀବନ ନେଇ ସାରିଛି । ଏହି ଭୂତାଣୁର ମୁକାବିଲା ପାଇଁ ସମସ୍ତ ରାଜ୍ୟ ତାଲା ବନ୍ଦ ପଦକ୍ଷେପ ଆପଣେଇ
Read More...

ପାରଳା ପୌର ପରିଷଦ ପକ୍ଷରୁ ବୁଲା ଜୀବଙ୍କୁ ଖାଦ୍ୟ ବଣ୍ଟନ

ପାରଳାଖେମୁଣ୍ଡି: ଲକ୍‌ଡାଉନ୍ ଯୋଗୁଁ ବୁଲା ଗାଈଗୋରୁ ଓ କୁକୁରମାନଙ୍କର ଖାଦ୍ୟ ପାଇବା କଷ୍ଟକର ହୋଇପଡ଼ିଛି । ଏହି ଆଶଙ୍କା ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ବୁଲା ଗାଈଗୋରୁମାନଙ୍କୁ ପନିପରିବା ଓ କୁକୁରମାନଙ୍କୁ ବିସ୍କୁଟ୍ ପ୍ରଦାନ କରାଯାଇଛି । ପାରଳା ପୌରପରିଷଦର
Read More...

ସୁନ୍ଦରଗଡ ଅଞ୍ଚଳରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ : ଦୁହେଁ ବିଶ୍ରା ଅଂଚଳର

ରାଉରକେଲା : ଗତକାଲି ରାଜ୍ୟରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ସୁନ୍ଦରଗଡ ଜିଲ୍ଲା ର ବୋଲି ଜଣାପଡିଛି ସୁନ୍ଦରଗଡ ଜିଲ୍ଲା ରେ ପ୍ରଥମ ଥର ଲାଗି କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ମିଳିଛି ଏ ନେଇ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ
Read More...

କେନ୍ଦ୍ରାପଡ଼ା ଜିଲ୍ଲାରେ ୨ୟ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାରେ ଦ୍ୱିତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଗତକାଲି ଚିହ୍ନଟ ହୋଇଥିବା ଚାରୋଟି ପଜିଟିଭ୍ ମଧ୍ୟରୁ ଗୋଟିଏ ପଜିଟିଭ୍ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର । କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ଅନୁଯାୟୀ ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରି ରହିଛି ।
Read More...

ଅଗ୍ନି ବିପନ୍ନ ପରିବାରକୁ ସହାୟତା ପ୍ରଦାନ

ବୌଦ୍ଧ : ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ମଦୁମୁଣ୍ଡିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୫ ବଖରା ଘର ପୋଡି ଯାଇଥିଲା । ତିନୋଟି ପରିବାର ଅଗ୍ନିକାଣ୍ଡରେ ସର୍ବସ୍ୱାନ୍ତ ହୋଇଯାଇଥିବା ବେଳେ ପଡୋଶୀ ଡିମିରିଖୋଲ ଗ୍ରାମବାସୀମାନେ ବିପନ୍ନ ପରିବାରକୁ ରନ୍ଧା ଖାଦ୍ୟ ଯୋଗାଇ ଦେଇ
Read More...

ରାଜ୍ୟରେ ପଜିଟିଭ୍ ସଂଖ୍ୟା ୫୪କୁ ବୃଦ୍ଧି ଚିହ୍ନଟ କରାଯାଇଥିବା ୪ରୁ ୨ ସୁନ୍ଦରଗଡ଼, ୧ କେନ୍ଦ୍ରାପଡ଼ା, ୧ ଭୁବନେଶ୍ୱର

ଭୁବନେଶ୍ୱର : ରାଜ୍ୟରେ ଗତକାଲି ଚିହ୍ନଟ ହୋଇଥିବା ଚାରୋଟି ନୂଆ ପଜିଟିଭ୍ ମଧ୍ୟରୁ ଦୁଇଟି ସୁନ୍ଦରଗଡ଼ ବିଶ୍ରା ଅଞ୍ଚଳର, ଗୋଟିଏ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ଓ ଗୋଟିଏ ଭୁବନେଶ୍ୱରର ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ତଥ୍ୟ ଦେଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ
Read More...

ଗଂଜାମ ଜିଲ୍ଲା ସ୍ଥିତି ପରଖିଲେ ପୁଲିସ୍ ମହାନିର୍ଦ୍ଦେଶକ ଅଭୟ

ଭୁବନେଶ୍ୱର: ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ୨୧ ଦିନିଆ ଲକ୍‌ଡାଉନ୍ ଅବଧି ଶେଷ ହେବାକୁ ଯାଉଥିବା ବେଳେ ଆଜି ପୂର୍ବାହ୍ନରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଗଂଜାମ ଜିଲ୍ଲା ଗସ୍ତ କରି ସ୍ଥିତି ସମୀକ୍ଷା କରୁଛନ୍ତି । ଶ୍ରୀ ଅଭୟ ପ୍ରଥମେ ରମ୍ଭାଠାରେ ସ୍ଥିତି
Read More...

ଲକଡାଉନ୍ ପ୍ରଭାବ : ସାମୟିକ କର୍ମଚାରୀ ଓ କେନ୍ଦୁପତ୍ର ତୋଳାଳି ଚିନ୍ତାରେ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ କେନ୍ଦୁପତ୍ର ତୋଳିବା, ବାନ୍ଧିବା ଆଦି କାମରେ ହଜାର ହଜାର ପରିବାର ନିୟୋଜିତ ହୋଇ ଏଥିରୁ ବାର୍ଷିକ କିଛି ମାସର ଗୁଜୁରାଣ ମେଣ୍ଟାଇଥାନ୍ତି । ଚଳିତ ବର୍ଷ ଅଦିନିଆ ବର୍ଷା ଓ ବର୍ତ୍ତମାନ ଲକଡାଉନ ଯୋଗୁଁ ଗୋଛାକଟା, ଫଡି ମରାମତି ଆଦି କାମ ଠିକ୍ ଭାବରେ ହୋଇପାରୁନାହିଁ ।
Read More...