ଆଜି ଭାରତ-ଇଂଲଣ୍ଡ ଅଭ୍ୟାସ ମ୍ୟାଚ, ଟିମ୍‌ ଇଣ୍ଡିଆ କ୍ୟାମ୍ପରେ ଯୋଗଦେଲେ ଧୋନି

0 106

ଦୁବାଇ: ଟି-୨୦ ବିଶ୍ୱକପର ମୁଖ୍ୟ ଲଢେଇ ପୂର୍ବରୁ ଆଜି ଟିମ ଇଣ୍ଡିଆ ତା’ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଇଂଲଣ୍ଡ ବିପକ୍ଷରେ ଖେଳିବାକୁ ମୈଦାନକୁ ଓହ୍ଲାଇବ । ଏହାପୂର୍ବରୁ ଟିମ ଇଣ୍ଡିଆ କ୍ୟାମ୍ପରେ ଯୋଗଦେଇଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ଚଳିତ ଟି-୨୦ ବିଶ୍ୱକପରେ ଧୋନି ଟିମ ଇଣ୍ଡିଆର ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିବେ । ଆଇପିଏଲ ଶେଷ ହେବା ମାତ୍ରେ ଧୋନି ଗତକାଲି ଟିମ ଇଣ୍ଡିଆର ଅଭ୍ୟାସ ସେସନରେ ଯୋଗଦେଇଛନ୍ତି । ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଧୋନି ଟିମ ଇଣ୍ଡିଆର କୋଚିଂ ଷ୍ଟାଫଙ୍କ ସହ ଆଲୋଚନା କରୁଛନ୍ତି । ଏଥିସହ ବ୍ୟାଟିଂ ଷ୍ଟାଇଲ ସେମାନଙ୍କୁ ପ୍ରଦର୍ଶନ କରୁଛନ୍ତି ।

hiring


ବିସିସିଆଇ ପକ୍ଷରୁ ଟିମ୍‌ ଇଣ୍ଡିଆରେ ଧୋନି ଯୋଗଦେଇ ପଡିଆରେ ଛିଡା ହେବାର ବେଳର ଫଟୋ ଟ୍ୱିଟ କରିଛି । ଏଥିରେ ବିସିସିଆଇ ଲେଖିଛି ଯେ କିଙ୍ଗ ଏମଏସ୍‌ ଧୋନି ଟିମ ଇଣ୍ଡିଆକୁ କମବ୍ୟାକ୍‌ କରିଥିବାରୁ ତାଙ୍କୁ ସ୍ୱାଗତ । ସେ ନୂଆ ଭୂମିକାରେ ଦଳ ସହ ଯୋଗଦେଇଛନ୍ତି । ତାଙ୍କୁ ନେଇ ଆମେ ବେଶ ଉତ୍ସାହିତ ବୋଲି ବିସିସିଆଇ କହିଛି ।

hiranchal ad1
Leave A Reply

Your email address will not be published.

3 × 2 =