ପାଙ୍ଗାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୦ତମ ବନ ମୋହତ୍ସବ ପାଳନ

0 1,291
hiring

ବନ ବିଭାଗ ସହାୟତାରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ପାଙ୍ଗାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡାବର ବୈତରଣୀ ଇନିସିଏଟିଭ ଦ୍ୱାରା ଆୟୋଜିତ ୭୦ତମ ବନ ମୋହତ୍ସବ ପାଳନ ହୋଇଛି, ଏଥିରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ରୋପଣ କରାଯାଇଛି. ଏଥିରେ ସିମନବାଡ଼ି ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରା ଏବଂ ସରପଞ୍ଚ ଶ୍ରୀମତୀ ତିମତି ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାଟିଏ ଗଛଟିଏ ପଂକ୍ତି କୁ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ. ପରିବେଶକୁ ସୁରକ୍ଷା ରଖିବାକୁ ହେଲେ ସମସ୍ତେ ନିଜନିଜ ବାଡ଼ିବଗିଚା ଓ ପଡିଆ ଜମିରେ ବୃକ୍ଷରୋପଣ କଲେ ଅମସହ ଆମ ଭବିଷ୍ୟତ ପିଢ଼ି ମଧ୍ୟ ଏହାର ଉପକାର ପାଇପାରିବେ ବୋଲି କହିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିହର ନାୟକ. ଏହି କାର୍ଯ୍ୟକ୍ରମରେ କୁନିକୁନି ଛାତ୍ରଛାତ୍ରୀଙ୍କ ସହ ରେଞ୍ଜର, ସରପଞ୍ଚ, ସାମ୍ବାଦିକ ଏବଂ ବିଦ୍ୟାଳୟ କର୍ମଚାରୀ ମିଶି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ.

hiranchal ad1
Leave A Reply

Your email address will not be published.

five × 2 =