ନୂଆଦିଲ୍ଲୀ: ମହଙ୍ଗା ବଜାର ଭିତରେ ପୁଣି ଏକ ବଡ଼ ଖବର ଆସିଛି । ତାହା ହେଲା ଆରବିଆଇ ପକ୍ଷରୁ ରେପୋରେଟକୁ ବୃଦ୍ଧି କରାଯାଇଛି । ୦.୩୫ ପ୍ରତିଶତ ରେପୋ ରେଟ ବୃଦ୍ଧି ପାଇଛି । ରେପୋ ରେଟ ୫.୯୦ ପ୍ରତିଶତରୁ ୬.୨୫ ପ୍ରତିଶତକୁ ବୃଦ୍ଧି ପାଇଛି ।
ମୁଦ୍ରାସ୍ଫିତିକୁ ଦୃଷ୍ଟିରେରଖି ଆରବିଆଇ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ରେପୋ ରେଟ ବୃଦ୍ଧି ପରେ ଋଣ ପରିଶୋଧ ମହଙ୍ଗା ହେବ ।
ରେପୋରେଟ ବୃଦ୍ଧି ନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ।