ଅର୍ଚ୍ଚନା ମାମଲା, ଇଡିରେ ପୁଣି ହାଜର ହେଲେ ରଞ୍ଜିତ ବେହେରା

0 42

ଭୁବନେଶ୍ୱର :ବ୍ଲାକମେଲିଂ କୁଇନ  ଅର୍ଚ୍ଚନା ନାଗ ଗିରଫ ମାମଲା । ଇଡିରେ ହାଜର ହେଲେ ଆର୍କିଟେକ୍ଟ ରଞ୍ଜିତ ବେହେରା । ମଙ୍ଗଳବାର ୧୨ ଘଣ୍ଟାରୁ ଅଧିକ ସମୟରେ ରଞ୍ଜିତ ବେହେରାଙ୍କୁ ଜେରା କରିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

hiring

ଖବର ଅନୁଯାୟୀ,  ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗଙ୍କ ଗିରଫ ପରେ ତନାଘନା ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଖାସ୍‌ କରି ଆର୍ଥିକ କାରବାର ନେଇ ଛାନ୍‌ଭିନ୍‌ ଜାରି ରଖିଛି ଇଡି । ଏହିକ୍ରମରେ ଅର୍ଚ୍ଚନାଙ୍କ ସହିତ ଜଡ଼ିତ ଅନେକ ଲୋକଙ୍କୁ ଡାକି ଜେରା କରିସାରିଛି ଇଡି । ତେବେ ଅର୍ଚ୍ଚନାଙ୍କ ଘର ଡିଜାଇନ୍‌ କରିଥିବା ଆର୍କିଟେକ୍ଟ ରଞ୍ଜିତ ବେହେରାଙ୍କୁ ମଙ୍ଗଳବାର ଦିନ ଜେରା କରିଥିଲା ଇଡି । ଦୀର୍ଘ ୧୨ ଘଣ୍ଟା ଧରି ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବୁଧବାର ମଧ୍ୟ ଇଡିର ନିର୍ଦ୍ଦେଶକ୍ରମେ ହାଜର ହୋଇଛନ୍ତି ରଞ୍ଜିତ ବେହେରା ।

ସେହିପରି ଅର୍ଚ୍ଚନାଙ୍କ ସହ ଆର୍ଥିକ କାରବାର ହୋଇଥିବା ପ୍ରମାଣ ପାଇଛି ଇଡି । ଖାସ୍‌ କରି ଅର୍ଚ୍ଚନାଙ୍କ ଘର ଓ ଇଣ୍ଟେରିଅର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ସବୁ ବଡ଼ବଡିଆଙ୍କ ଟଙ୍କା ଲାଗିଥିବା ସୂଚନା । ଏହାକୁ ନେଇ ମଧ୍ୟ ଜେରା କରିପାରେ ଇଡି ।

hiranchal ad1
Leave A Reply

Your email address will not be published.

4 × five =