ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ହେଲା ତାରିଖ ଘୋଷଣା

0 174

ନୂଆଦିଲ୍ଲୀ- ଜଗଦୀପ ଧନଖଡ଼ଙ୍କ ଇସ୍ତଫା ଦେବାର କିଛି ଦିନ ପରେ, ନିର୍ବାଚନ କମିଶନ ଶୁକ୍ରବାର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ୧୭ତମ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ସେପ୍ଟେମ୍ବର ୯ ତାରିଖରେ ଅନୁଷ୍ଠିତ ହେବ। ବିଜ୍ଞପ୍ତିରେ ଉଲ୍ଲେଖ ଅଛି ଯେ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୨୧ ରହିଛି । ସେହିପରି ପ୍ରାର୍ଥୀମାନେ ଅଗଷ୍ଟ ୨୫ ସୁଦ୍ଧା ସେମାନଙ୍କର ନାମ ପ୍ରତ୍ୟାହାର କରିପାରିବେ। ଜୁଲାଇ ୨୨ ତାରିଖରେ ବିଦାୟୀ ବାଚସ୍ପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଏହି ନିର୍ବାଚନ ଜରୁରୀ ଥିଲା।

ନିର୍ବାଚନ କମିଶନଙ୍କ ଦ୍ୱାରା ବିଜ୍ଞପ୍ତି ଜାରି ତାରିଖ- ଅଗଷ୍ଟ 7, 2025 (ଗୁରୁବାର)

ନାମାଙ୍କନ ଦାଖଲର ଶେଷ ତାରିଖ- ଅଗଷ୍ଟ 21, 2025 (ଗୁରୁବାର)

hiring

ନାମାଙ୍କନ ଯାଞ୍ଚ ତାରିଖ- ଅଗଷ୍ଟ 22, 2025 (ଶୁକ୍ରବାର)

ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ- ଅଗଷ୍ଟ 25, 2025 (ସୋମବାର)

ଭୋଟଦାନ ତାରିଖ (ଯଦି ଆବଶ୍ୟକ ହୁଏ) – ସେପ୍ଟେମ୍ବର 9, 2025 (ମଙ୍ଗଳବାର)

ଭୋଟ ଗଣନା ତାରିଖ (ଯଦି ଆବଶ୍ୟକ ହୁଏ) – ସେପ୍ଟେମ୍ବର 9, 2025 (ମଙ୍ଗଳବାର)

hiranchal ad1
Leave A Reply

Your email address will not be published.

17 + four =