ମୁଖ୍ୟମନ୍ତ୍ରୀ ଭାବେ୧୦ମ ଥର ପାଇଁ ଶପଥ ନେଲେ ନୀତୀଶ

0 67

ପାଟନା-ଆଜି ବିହାରରେ ୧୦ମ ଥର ପାଇଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ଶପଥ ଉତ୍ସବରେ ପ୍ରଧାନମମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଓ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଉପସ୍ଥିତ ଥିଲେ । ନୀତିଶ କୁମାରଙ୍କ ସହ ବିଜେପିର ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଆଜି ଶପଥ ନେବେ । ଶପଥ ନେବାକୁ ଥିବା ମନ୍ତ୍ରୀମାନେ ହେଲେ ଜେଡିୟୁର ଲେସି ସିଂହ , ଜମା ଖାନ , ମଦନ ସହନୀ , ବିଜୟ ଚୌଧୁରୀ , ଅଶୋକ ଚୌଧୁରୀ , ବିଜେନ୍ଦ୍ର ଯାଦବ , ଶ୍ରବଣ କୁମାର । ବିଜେପିର ଦିଲୀପ ଯଯଶବଲ, ନୀତିନ ନବୀନ, ମଙ୍ଗଲ ପାଣ୍ଡେ, ରାମକ୍ରିପାଲ ଯାଦବ, ସଞ୍ଜୟ ସିଂହ ଟାଇଗର , ଅରୁଣ ଶଙ୍କର ପ୍ରସାଦ , ସୁରେନ୍ଦ୍ର ମେହତା , ନାରାୟଣ ପ୍ରସାଦ , ରମା ନିଷାଦ , ଲକ୍ଷେନ୍ଦ୍ର ପାସ୍ଵାନ , ଶ୍ରେୟସୀ ସିଂହ , ବିଧାନ ପରିଷଦ ସଦସ୍ୟ ପ୍ରମୋଦ କୁମାର ଚନ୍ଦ୍ରବଂଶୀ । ଏଲଜେପିର ସଞ୍ଜୟ ପାସ୍ଵାନ ଓ ସଞ୍ଜୟ ସିଂହ , ଆରଏଲଏମର ଦୀପକ ପ୍ରକାଶ ଏବଂ ଏଚଏଏମର ସନ୍ତୋଷ ସୁମନ ।

hiranchal ad1
Leave A Reply

Your email address will not be published.

2 × five =