ଗୌତମ ଆଦାନୀ ବିଶ୍ୱର ୫ମ ଧନୀ ବ୍ୟକ୍ତି

0 202

ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ସଂପତ୍ତି ପରିମାଣ ବଢିଚାଲିଛି । ଆଉ ତା ସହିତ ବିଶ୍ୱ ଧନୀ ତାଲିକାରେ ସେ ଉପରକୁ ଉଠି ଚାଲିଛନ୍ତି । ଏବେ ସେ ବିଶ୍ୱର ୫ମ ଧନୀ ବ୍ୟକ୍ତି ହୋଇଯାଇଛନ୍ତି । ପୂର୍ବରୁ ବିଶ୍ୱ ଧନୀ ତାଲିକାର ୫ମ ସ୍ଥାନରେ ଥିବା କିମ୍ବଦନ୍ତୀ ଇନଭେଷ୍ଟର ୱାରେନ ବୁଫେଟ୍ଟଙ୍କୁ ପଛରେ ପକାଇ ଦେଇଛନ୍ତି ଆଦାନୀ । ଫୋର୍ବସ ସଂସ୍ଥା ଦ୍ୱାରା ଜାରି ହୋଇଥିବା ସଦ୍ୟ ତାଲିକାରୁ ଏହା ଜଣାପଡ଼ିଛି । ତାଲିକା ଅନୁଯାୟୀ, ଆଦାନୀ ଏବେ ବିଶ୍ୱ ଧନୀ ତାଲିକାର ୫ମ ସ୍ଥାନରେ ରହିଛନ୍ତି । ୯୧ ବର୍ଷୀୟ ବୁଫେଟ୍ଟଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୨୧.୭ ବିଲିୟନ ଡଲାର ରହିଛି । କିନ୍ତୁ ଆଦାନୀଙ୍କ ସମ୍ପତ୍ତିର ମୂଲ୍ୟ ୧୨୩.୭ ବିଲିୟନ ଡଲାରରେ ପହଞ୍ଚି ଯାଇଛି । ଭାରତର ଧନୀ ବ୍ୟକ୍ତି ତାଲିକାରେ ୧ନଂ ସ୍ଥାନରେ ଥିବା ଆଦାନୀଙ୍କ ସମ୍ପତ୍ତି ୨ନଂରେ ଥିବା ମୁକେଶ ଅମ୍ବାନୀଙ୍କ ଠାରୁ ୧୯ ବିଲିୟନ ଡଲାର ଅଧିକ । ଅମ୍ବାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୦୪.୭ ବିଲିୟନ ଡଲାର ରହିଛି । ଶୁକ୍ରବାର ବୁଫେଟଙ୍କ ଶେୟାର ୨% ଖସି ଯାଇଥିଲା । ଏଥିଯୋଗୁ ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଆଦାନୀଙ୍କ ଠାରୁ କମି ଯାଇଛି । ଏବେ ପୂରା ପୃଥିବୀରେ ଆଦାନୀଙ୍କ ଠାରୁ ମାତ୍ର ୪ ଜଣ ଅଧିକ ସମ୍ପତ୍ତି ରଖିଛନ୍ତି । ପୂର୍ବ ଭଳି ବିଶ୍ୱ ଧନୀ ତାଲିକାର ୧ନଂ ସ୍ଥାନରେ ଟେସଲା କମ୍ପାନୀର ମାଲିକ ଏଲୋନ ମସ୍କ ରହିଛନ୍ତି । ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୬୯.୭ ବିଲିୟନ ଡଲାର । ତାଙ୍କ ପଛକୁ ୧୮୦.୨ ବିଲିୟନ ଡଲାର ସହ ଆମାଜନର ଜେଫ ଅଛନ୍ତି । ତୃତୀୟରେ ଫ୍‌ରେଞ୍ଚ ଲକଜ୍ୟୁରି ଗୁଡ୍ସ କିଙ୍ଗ ବେରନାର୍ଡ ଆରନଲ୍ଟ(୧୬୭.୯ ବିଲିୟନ ଡଲାର) ଓ ୪ର୍ଥରେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ ଗେଟ୍ସ(୧୩୦.୨ ବିଲିୟନ ଡଲାର) ରହିଛନ୍ତି ।

hiranchal ad1
Leave A Reply

Your email address will not be published.

6 − five =