ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ

0 44

ଟୋକିଓ : ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତିଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୧୯ ବର୍ଷ ବୟସ ହୋଇଥିଲା । ଏହି ଜାପାନୀ ବ୍ୟକ୍ତିଙ୍କ ନାମ କେନ ଟାନାକା । ଗତ ୧୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା କଥା ଜାପାନ ସରକାର ସୋମବାର ଘୋଷଣା କରିଛନ୍ତି । ସେ ୧୯୦୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ, ଯେଉଁ ବର୍ଷ ବିଶ୍ୱର ପ୍ରଥମ ଥର ପାଇଁ ଏରୋପ୍ଲେନର ପରୀକ୍ଷଣ ଆରମ୍ଭ ହୋଇଥିଲା । ଦୁଇଭାଇ ୱିଲବର ଓ ଅରଭିଲେ ରାଇଟ୍‌ ଏହି ପରୀକ୍ଷଣ କରିଥିଲେ । ସେହି ବର୍ଷ ଜନ୍ମ ଗ୍ରହଣ କରିଥିବା ବିଶ୍ୱ ପ୍ରସିଦ୍ଧ ବ୍ୟକ୍ତିତ୍ୱ ହେଲେ ବ୍ରିଟିସ ଲେଖକ ଜର୍ଜ ଓରଓ୍‌ବେଲ, ଫିଲ୍ମ ନିର୍ଦ୍ଦେଶକ ୟାସୁଜିରୋ ଓଜୁ ଇତ୍ୟାଦି । ନିଜର ଜୀବନ କାଳରେ ସେ ଦୁଇ ଦୁଇଟି ବିଶ୍ୱଯୁଦ୍ଧ ଦେଖିଛନ୍ତି । ଜାପାନରେ ପରମାଣୁ ବୋମା ପଡ଼ିବା ଦେଖିଛନ୍ତି । ୧୯୦୪ରେ ଜାପାନ-ରୁଷ ଯୁଦ୍ଧର ବର୍ଷକ ପୂର୍ବରୁ ସେ ଜନ୍ମଗ୍ରହଣ କରିଥିଲେ । ନିଜ ଜୀବନକାଳରେ ସେ ଜାପାନରେ ସମ୍ରାଟ ମେଜି,ତାଇସୋ,ହେସେଇ,ରେୱାଙ୍କ ଶାସନ ଦେଖିଛନ୍ତି । ମାର୍ଚ୍ଚ ୨୦୧୯ରେ ତାଙ୍କୁ ଯେତେବେଳେ ୧୧୬ ବର୍ଷ ହୋଇଥିଲା,ତାଙ୍କୁ ଗିନିସ ୱାର୍ଲଡ ରେକର୍ଡ ପକ୍ଷରୁ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତିର ମାନ୍ୟତା ପ୍ରଦାନ କରାଯାଇଥିଲା । ସେପ୍‌ଟେମ୍ବର ୨୦୨୦ରେ ତାଙ୍କୁ ୧୧୭ ବର୍ଷ ହୋଇଥିବାବେଳେ, ତାଙ୍କୁ ଜାପାନରେ ଜନ୍ମ ହୋଇଥିବା ସବୁଠାରୁ ଅଧିକ ବୟସର ବ୍ୟକ୍ତିର ମାନ୍ୟତା ଦିଆଯାଇଥିଲା । ଟାନାକାଙ୍କ ମୃତ୍ୟୁପରେ, ଫ୍ରାନ୍ସର ଲୁସିଲ୍‌ ରାଣ୍ଡନ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି କୁହାଯାଉଛି । ଏବେ ତାଙ୍କ ବୟସ ୧୧୮ ବର୍ଷ ୭୩ ଦିନ ।

hiranchal ad1
Leave A Reply

Your email address will not be published.

2 × 2 =