ଜେଲ ଗଲେ ଶର୍ମିଷ୍ଠା ଓ ଝୁନା

0 139

କଟକ ୦୭/୦୪: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଜେଲ ଗଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ । ଅଧିକ ରିମାଣ୍ଡ ନେବାକୁ ମନା କଲା କ୍ରାଇମବ୍ରାଞ୍ଚ । ଫଳରେ ଜେଲ୍ ଯାଇଛନ୍ତି ଏହି ଦୁଇ ଅଭିଯୁକ୍ତ । ଆସନ୍ତା ୧୧ ଉଭୟଙ୍କୁ କୋର୍ଟରେ ହାଜର କରାଯିବ ।ସୂଚନା ଥାଉକି, ଆଜି କୋର୍ଟରେ ହାଜର ହୋଇଥିଲେ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ । କଡା ସୁରକ୍ଷା ମଧ୍ୟରେ ଉଭୟଙ୍କୁ ଚାନ୍ଦବାଲି କୋର୍ଟକୁ ନିଆଯାଇଥିଲା । ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଖବର ଅନୁଯାୟୀ, ଦୁଇ ଅଭିଯୁକ୍ତଙ୍କ ତିନି ଦିନିଆ ରିମାଣ୍ଡ ଅବଧି ବୁଧବାର ଶେଷ ହୋଇଛି ।

hiring

hiranchal ad1
Leave A Reply

Your email address will not be published.

3 × 5 =