ଶାହରୁଖ ଓ କଟ୍ରିନା କରୋନା ସଂକ୍ରମିତ

0 52

ମୁମ୍ବାଇ : ଏବେ ବଲିଉଡର କଳାକାରମାନେ କରୋନାରେ ସଂକ୍ରମିତ ହେବାରେ ଲାଗିଛନ୍ତି । ଆଦିତ୍ୟ ରାୟ କପୁରଙ୍କ ପରେ ଏବେ ଶାହାରୁଖ ଖାନ ଓ ଅଭିନେତ୍ରୀ କାଟ୍ରିନା କୈଫ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଗତ ସପ୍ତାହରେ କାଟ୍ରିନା କୈଫ କରୋନାରେ ସଂକ୍ରମିତ ହୋଇଥିଲେ ଓ ଏବେ ସେ ସୁସ୍ଥ ହୋଇଛନ୍ତି । ଏହି କାରଣରୁ କାଟ୍ରିନା ଅଇଫା ପ୍ରୋଗ୍ରାମରେ ସାମିଲ ହୋଇପାରି ନଥିବା କଥା କୁହାଯାଉଛି । ହେଲେ ତାଙ୍କ ସ୍ୱାମୀ ଭିକ୍କି କୌଶଲ ଆଇଫାରୁ ଶ୍ରେଷ୍ଠ କଳାକାର ଭାବେ ପୁରସ୍କୃତ ହୋଇଛନ୍ତି । କିଛିଦିନ ପୂର୍ବରୁ ଅକ୍ଷୟ କୁମାର, କାର୍ତ୍ତିକ ଆରୟନ ଓ ଆଦିତ୍ୟ ରାୟ କପୁର ବି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ । ଏବେ ଶାହାରୁଖ ଖାନ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏସବୁ କଳାକାରମାନେ କରୋନା ସଂକ୍ରମିତ ହେବା ପଛରେ କରନ ଜୋହରଙ୍କ ଜନ୍ମଦିନ ପାର୍ଟି କଥା କୁହାଯାଉଛି ।

hiring

hiranchal ad1
Leave A Reply

Your email address will not be published.

ten − 3 =