ରୋହିଣୀ ନଦୀକୁ ଖସିପଡିଲା ବସ୍‌,୯ ମୃତ

0 97

କାଠମାଣ୍ଡୁ : ନେପାଳର ରୂପନଦେହୀ ଜିଲ୍ଲା ଭୈରହମ୍ବା ମାର୍ଗରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାରେ ଶିକାର ହୋଇଛି । ବସଟି ଯାତ୍ରୀ ନେଇ ଯାଉଥିବା ବେଳେ ରୋହିଣୀ ନଦୀକୁ ଖସିପଡିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଭୈରହମ୍ବା ମେଡିକାଲରେ ଭର୍ତ୍ତି କରାଯାଇଛି । ରବିବାର ସକାଳ ୪.୩୦ ରେ ଜନକପୁରରୁ ଭୈରହମ୍ବା ଅଭିମୁଖେ ଯାଉଥିବା ବାସଟି ରୋହିଣୀ ପୋଲର ରେଲିଂ ଭାଙ୍ଗି ନଦୀ ଭିତରକୁ ଗଳିପଡିଥିଲା । ପୋଲିସ ଟିମ ସେଠାରେ ପହଂଚି ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା । ଉଦ୍ଧାର ବେଳେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩ ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ରୂପନଦେହୀ ଟ୍ରାଫିକ ପୋଲିସ ମୁଖ୍ୟ କେଶବ କେସୀ କହିଛନ୍ତି, ବସଟି ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ହଠାତ ଭାରସାମ୍ୟ ହରାଇ ନଦୀ ଭିତରକୁ ଖସିପଡିଥିଲା । ତୁରନ୍ତ ପୋଲିସ ଟିମ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ସେମାନଙ୍କୁ ଉଦ୍ଧାର କରିବାକୁ କରିଥିଲା ।

hiranchal ad1
Leave A Reply

Your email address will not be published.

15 − 4 =