ଯମୁନା ଘାଟିରେ ଖସିଲା ବସ,୨୨ ମୃତ

0 77

ଡେରାଡୁନ : ଉତ୍ତର କାଶୀରେ ଆଜି ଏକ ବସ୍‌ ଦୁର୍ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ୪୦ ଜଣ ଯାତ୍ରୀଙ୍କୁ ନେଇ ୟମୁନୋତ୍ରୀ ଯାଉଥିବା ବସଟି ୨୦୦ ମିଟର ତଳକୁ ଖସିପଡିବାରୁ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ଏନଡିଆରଏଫ ଯବାନଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ଏସପି ଅପର୍ଣ୍ଣ ରଘୁବଂଶୀ କହିଛନ୍ତି ଯେ ଡାମଟାରୁ ପାଖାପାଖି ୨ କିଲୋମିଟର ଦୂର ନୌଗାଓଁ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ବସରେ ଥିବା ଯାତ୍ରୀମାନେ ମଧ୍ୟପ୍ରଦେଶର ବୋଲି ଜଣାପଡିଛି । ଆହତମାନଙ୍କୁ ଉଦ୍ଧାର କରି ତୁରନ୍ତ ମେଡିକାଲ ପଠା ଯାଉଛି । ଆହତ ମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।

hiranchal ad1
Leave A Reply

Your email address will not be published.

sixteen − twelve =