ରାଫେଲ ନାଦାଲଙ୍କୁ ଫ୍ରେଞ୍ଚ ଓପନ ଟାଇଟଲ

0 36

ନୂଆଦିଲ୍ଲୀ; ସ୍ପେନର ରାଫେଲ ନାଦାଲ ରବିବାର ଖେଳାଯାଇଥିବା ଟାଇଟଲ୍‌ ମୁକାବିଲାରେ ନରୱେର କ୍ୟାସପର ରୁଡଙ୍କୁ ଏକତରଫା ଭାବେ ହରାଇଛନ୍ତି ଫ୍ରେଞ୍ଚ ଓପନ ଟାଇଟଲ ହାସଲ କରିଛନ୍ତି । ୩୬ ବର୍ଷୀୟ ନାଦାଲ ତିନି ସେଟ୍‌ ପର୍ଯ୍ୟନ୍ତ ଚାଲିଥିବା ମୁକାବିଲାରେ ୬-୩, ୬-୩, ୬-୦ରେ ରୁଡଙ୍କୁ ପରାସ୍ତ କରିଛନ୍ତି । ଦୁଇ ଖେଳାଳିଙ୍କ ମଧ୍ୟରେ ଏହି ମୁକାବିଲା ଦୁଇ ଘଣ୍ଟା ୧୮ ମିନିଟ୍‌ ଧରି ଚାଲିଥିଲା । ନାଦାଲ ନିଜ କ୍ୟାରିୟରର ୨୨ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍‌ ଜିତିଛନ୍ତି । ନାଦାଲ ଏ ପର୍ଯ୍ୟନ୍ତ ଓପନ ଫାଇନାଲରେ ହାରି ନାହାନ୍ତି । ସେ ଏହି ରେକର୍ଡକୁ ବଜାୟ ରଖିଛନ୍ତି । ନାଦାଲ ପ୍ରଥମ ଥର ୨୦୦୫ରେ ଏହି ଟାଇଟଲ୍‌ ନିଜ ନାମରେ କରିଥିଲେ । ଏହା ପରେ ୨୦୦୬, ୨୦୦୭, ୨୦୦୮, ୨୦୧୦, ୨୦୧୧, ୨୦୧୨, ୨୦୧୩, ୨୦୧୪, ୨୦୧୭, ୨୦୧୮, ୨୦୧୯, ୨୦୨୦ ଏବଂ ୨୦୨୨ରେ ଚାମ୍ପିଅନ ହୋଇଥିଲେ । ସେ ଚାରି ଥର ୟୁଏସ ଓପନ, ଦୁଇ ଥର ଅଷ୍ଟ୍ରେଲିଆନ ଓପନ ଏବଂ ଦୁଇ ୱିମ୍ବଲଣ୍ଡନ ଓପନ ଟାଇଟଲ୍‌ ନିଜ ନାମରେ କରିଛନ୍ତି । ସବୁଠୁ ଅଧିକ ଗ୍ରାଣ୍ଡ ସ୍ଲାମ ଟାଇଟଲ୍‌ ଜିତିବା ମାମଲାରେ ନାଦାଲ ଦୁନିଆର ଏକ ନମ୍ବର ଖେଳାଳି । ତାଙ୍କ ନାମରେ ୨୨ ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ ରହିଛି । ସ୍ୱିଜରଲାଣ୍ଡର ରୋଜର ଫେଡେରର ଏବଂ ସର୍ବିଆର ନୋଭାକ ଜୋକୋଭିକ ମିଳିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଉଭୟ ୨୦-୨୦ ଗ୍ରାଣ୍ଡସ୍ଲାମ ଜିତିଛନ୍ତି । ଫେଡେରର ୨୦୧୮ ପରଠୁ ଥରୁଟିଏ ବି ଚାମ୍ପିଅନ ହୋଇ ନାହାନ୍ତି । ସେ ଶେଷ ଥର ଅଷ୍ଟ୍ରେଲିଆନ ଓପନ ଜିତିଥିଲେ । ଅନ୍ୟପଟେ ଜୋକୋଭିକ ଗତ ବର୍ଷ ୱିମ୍ବଲଣ୍ଡନ ଓପନ ଜିତିବାରେ ସଫଳ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

17 − 5 =