ମୋଦିଙ୍କ କଥା ରଖିଲେ ଷ୍ଟିଫାନ୍‌

0 620

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସ୍ୱିଡେନ ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫଭେନଙ୍କ ସହ ଟେଲିଫୋନ ଯୋଗେ ବାର୍ତାଳାପ କରିଛନ୍ତି । ଉଭୟ ନେତା କରୋନା ମାହାମାରୀ ନେଇ ନିଜ ନିଜ ଦେଶରେ ନିଆଯାଉଥିବା ପଦକ୍ଷେପଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି ଅବସରରେ ସେମାନେ ବୈଶ୍ୱିକ ମହାମାରୀ ସମ୍ପର୍କରେ ନିଜ ନିଜ ଦେଶରେ ହେଉଥିବା ବୈଜ୍ଞାନିକ ଗବେଷଣାର ଫଳାଫଳକୁ ପରସ୍ପର ମଧ୍ୟରେ ବିଶ୍ଳେଷଣ କରିବା ନେଇ ସହମତି ପ୍ରକାଶ କରିଥିଲେ । ଭ୍ରମଣ କଟକଣା ଯୋଗୁଁ ଉଭୟ ଦେଶରେ ଅଟକି ରହିଥିବା ନାଗରିକମାନଙ୍କ ପାଇଁ ସବୁପ୍ରକାରର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଉଭୟେ ରାଜି ହୋଇଥିଲେ ।
କୋଭିଡ-୧୯ର ମୁକାବିଲା ନିମନ୍ତେ ଉଭୟ ଦେଶର ଅଧିକାରୀମାନେ ଯୋଗସୂତ୍ର ରଖିବାକୁ ମଧ୍ୟ ନିଷ୍ପତି ହୋଇଥିଲା ।

hiranchal ad1
Leave A Reply

Your email address will not be published.

7 − five =