ଆଇନଜୀବୀଙ୍କୁ ଉଚିତ ଶିକ୍ଷା ଦେଲେ ସୁପ୍ରିମକୋର୍ଟ

0 35

ନୂଆଦିଲ୍ଲୀ: ଅଯଥା ପିଆଇଏଲ ଦାଖଲ କରି ସୁପ୍ରିମକୋର୍ଟଙ୍କ ସମୟ ନଷ୍ଟ କରିବା ୨ ଜଣ ଆଇନଜୀବୀଙ୍କୁ ମହଙ୍ଗା ପଡିଛି । ଏଥିପାଇଁ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିବା ସହ ୨ ଆଇନଜୀବୀଙ୍କ ଉପରେ ଦୃଷ୍ଟାନ୍ତମୂଳକଭାବେ ୮ ଲକ୍ଷ ଟଙ୍କାର ଫାଇନ ଲାଗୁ କରିଛନ୍ତି । ଏହି ଦୁଇ ଆଇନଜୀବୀ ଟ୍ରାଫିକ ସମସ୍ୟା, ବାୟୁ ପ୍ରଦୂଷଣ ଓ ନର୍ଗମ ନିୟମ ଭଳି ପ୍ରସଙ୍ଗର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ । ଜଷ୍ଟିସ ଏଲ ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, “ଆପଣମାନଙ୍କ ପାଖରେ ଏନଜିଟି ଠାରୁ ଆରମ୍ଭ କରି ବିଭିନ୍ନ କୋର୍ଟ ରାୟର କପି ରହିଛି । ତଥାପି ଆପଣମାନେ ଏହି ପ୍ରସଙ୍ଗରେ ପିଟିସନ ଦାଏର କରୁଛନ୍ତି । ଆପଣ ଏହି ଶୁଣାଣି ପାଇଁ ନିଶ୍ଚିତ ଅଛନ୍ତି? ସୁପ୍ରିମକୋର୍ଟରେ ଓକିଲାତି କରୁଥିବା ଦୁଇ ଜଣ ଆଇନଜୀବୀ ଏପରି ଦୁଃସାହସ କରିଛନ୍ତି । ଆମେ ସେମାନଙ୍କୁ ସତର୍କ କରାଉଛି । ସେହିପରି ଆବେଦନକାରୀଙ୍କ ଉପରେ ଉଦାହରଣ ସୃଷ୍ଟି କରିବା ପାଇଁ ୮ ଲକ୍ଷ ଟଙ୍କାର ଫାଇନ ମଧ୍ୟ ଲାଗୁ କରୁଛୁ । ଆଇନଜୀବୀ ଦ୍ୱୟଙ୍କ କୌଣସି ପ୍ରକାରର ରିଟ ପିଟିସନକୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରାର ଗ୍ରହଣ କରିବେ ନାହିଁ ।” ଜଷ୍ଟିସ ରାଓଙ୍କ ବ୍ୟତୀତ ଏହି ଖଣ୍ଡପୀଠରେ ଜଷ୍ଟିସ ବିଆର ଗଭାଇ ଓ ଜଷ୍ଟିସ ଏଏସ୍‌ ବୋପାନ୍ନା ମଧ୍ୟ ରହିଥିଲେ ।

hiranchal ad1
Leave A Reply

Your email address will not be published.

nineteen + 16 =