ନୂଆ ନିୟମ : ଏଣିକି ବର୍ଷକୁ ମିଳିବ ୧୫ଟି ଗ୍ୟାସ୍‌ ସିଲିଣ୍ଡର

0 24

ନୂଆଦିଲ୍ଲୀ ୨୯ ।୯: ଘରୋଇ ଗ୍ୟାସ୍‌ ସିଲିଣ୍ଡର ସଂଖ୍ୟାକୁ ନେଇ ଆସିଛି ନିୟମ । ଘରୋଇ ଗ୍ରାହକଙ୍କ ଲାଗି ବାର୍ଷିକ ସିଲିଣ୍ଡର ସଂଖ୍ୟା ଧାର୍ଯ୍ୟ ହୋଇଛି । ନୂଆ ନିୟମ ଅନୁସାରେ,ଗ୍ରାହକ ବର୍ଷକରେ ଅତି ବେଶିରେ ୧୫ଟି ସିଲିଣ୍ଡର ନେଇ ପାରିବେ । କୌଣସି ଗ୍ରାହକଙ୍କୁ ବର୍ଷକରେ ୧୫ଟି ସିଲିଣ୍ଡରରୁ ଅଧିକ ମିଳିବ ନାହିଁ । ସେହିପରି, ଗ୍ରାହକ ବିଶେଷ ପରିସ୍ଥିତିରେ ଗୋଟିଏ ମାସରେ ୨ଟି ସିଲିଣ୍ଡର ନେଇପାରିବାର ନିୟମ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ଏପର୍ଯ୍ୟନ୍ତ ଦେଶରେ ଘରୋଇ ଗ୍ୟାସ୍‌ ଉପଭୋକ୍ତାଙ୍କ ଲାଗି ମାସିକ ଅଥବା ବାର୍ଷିକ ସିଲିଣ୍ଡରର ଧାର୍ଯ୍ୟ କୋଟା ନଥିଲା । ତେବେ ସବସିଡି ଉପଲବ୍ଧ କରୁଥିବା ଗ୍ରାହକଙ୍କୁ ବାର୍ଷିକ ୧୨ଟି ସିଲିଣ୍ଡର ମିଳୁଥିଲା । ଯଦି ଅଧିକ ସିଲିଣ୍ଡର ନେଉଥିଲେ ସବସିଡି ମିଳୁନଥିଲା । ରିପୋର୍ଟ ଅନୁସାରେ, ଘରୋଇ ଗ୍ୟାସ୍‌ ସିଲିଣ୍ଡରର ରାସନିଂ ପାଇଁ ସଫ୍ଟୱେରରେ ପରିବର୍ତ୍ତନ କରାଯାଇଛି । ରାସନିଂ ଅନୁସାରେ, ଗୋଟିଏ କନେକ୍ସନରେ ମାସିକ ଅଧିକରୁ ଅଧିକ ୨ଟି ସିଲିଣ୍ଡର ମିଳିପାରିବ । ବର୍ଷକରେ ଘରୋଇ ଗ୍ରାହକଙ୍କୁ ୧୫ଟି ସିଲିଣ୍ଡରରୁ ଅଧିକ ମିଳିବ ନାହିଁ । ସେହିପରି ଏକ୍ସଟ୍ରା ରିଫିଲ ପାଇଁ ଉପଭୋକ୍ତାଙ୍କୁ କମ୍ପାନୀ ଅଧିକାରୀଙ୍କ ଠାରୁ ଅନୁମତି ନେବାକୁ ପଡିବ । ଅନ୍ୟପକ୍ଷରେ ୧ ଅକ୍ଟୋବରରୁ ଗ୍ୟାସ ସିଲିଣ୍ଡର ମହାଙ୍ଗା ହୋଇପାରେ ବୋଲି ଆକଳନ କରାଯାଉଛି । ଅକ୍ଟୋବର ପହିଲା ଦିନ ହେବାକୁଥିବା ପ୍ରାକୃତିକ ଗ୍ୟାସର ମୂଲ୍ୟ ସମୀକ୍ଷା ବୈଠକରେ ଦରବୃଦ୍ଧି ନିଷ୍ପତ୍ତି ହୋଇପାରେ ବୋଲି କୁହାଯାଉଛି ।

hiranchal ad1
Leave A Reply

Your email address will not be published.

three − 3 =