ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ହମଲା;୧୯ ମୃତ

0 24

କାବୁଲ: ଅଫାଗାନିସ୍ତାନର ରାଜଧାନୀ କାବୁଲରେ ଆଜି ଏକ ଶିକ୍ଷାନୁଷ୍ଠାନରେ ହୋଇଛି ଭୟଙ୍କର ଆତ୍ମଘାତୀ ହମଲା । ଏଥିରେ ୧୯ରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି । ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ହେଉଥିବା ବେଳେ ଘଟିଛି ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ । ପୁଲିସ କହିଛି,କାବୁଲର ପିଡି ୧୩ରେ ଥିବା କାଜ୍‌ ଶିକ୍ଷାନୁଷ୍ଠାନରେ ଆଜି ପରୀକ୍ଷା ହେବାର ଥିଲା । ଏଥିପାଇଁ ପିଲାମାନେ ପ୍ରସ୍ତୁତ ହେଉଥିଲେ । କିନ୍ତୁ ହଠାତ୍‌ ଶିକ୍ଷା କେନ୍ଦ୍ରରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଦୁଭାର୍ଗ୍ୟବଶତଃ ୧୯ ଜଣ ପ୍ରାଣ ହରାଇଛନ୍ତି ଓ ୨୭ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି ।”କାବୁଲର ଶିହା ସଂପ୍ରଦାୟର ଲୋକମାନେ ରହୁଥିବା ଅଞ୍ଚଳରେ ଏପରି ବିସ୍ଫୋରଣ ହୋଇଛି । ଶିହା ସଂପ୍ରଦାୟର ପିଲା ଓ ଲୋକଙ୍କୁ ଟାର୍ଗେଟ କରି ହମଲା କରାଯାଇଥିବା ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ନାଫୟ ଟାକୋର ଟ୍ୱିଟ କରିଛନ୍ତି । ସେ କହିଛନ୍ତି, “କାଜ ନାମକ ଗୋଟିଏ ଶିକ୍ଷାନୁଷ୍ଠାନରେ ଆକ୍ରମଣ ହୋଇଛି । ଫଳରେ ଅନେକ ଲୋକ ପ୍ରାଣ ହରାଇବା ସହ ଆହତ ହଥଇଛନ୍ତି । ଖବର ପାଇ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ଏବେ ଆକ୍ରମଣର କାରଣ ଖୋଜୁଛନ୍ତି । ଏଥିସହ ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରୁଛନ୍ତି । ସାଧାରଣ ଲୋକଙ୍କୁ ଆକ୍ରମଣ କରିବା ଶତ୍ରୁର ଅମାନବୀୟ ବର୍ବରତାକୁ ଦର୍ଶାଉଛି ।”ସାମ୍ନାକୁ ଆସିଥିବା ଫଟୋ ଓ ଭିଡିଓରେ ଆହତ ହୋଇଥିବା ଲୋକଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଉଥିବା ବେଳର ଦୃଶ୍ୟ ରହିଛି ।

hiranchal ad1
Leave A Reply

Your email address will not be published.

six − 2 =