‘ସିଡିଏସ୍‌’ଭାବେ ଦାୟିତ୍ୱ ଗ୍ରହଣ କଲେ ଅନୀଲ ଚୌହାନ

0 23

ନୂଆଦିଲ୍ଲୀ: ଆଜି ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ୍‌ ଅନୀଲ ଚୌହାନ୍‌ । ଏହି ଅବସରରେ ସେ କହିଛନ୍ତି ଯେ ଭାରତୀୟ ସଶସ୍ତ୍ର ସେନାର ସର୍ବୋଚ୍ଚ ପାହ୍ୟା ପାଇ ମୁଁ ଆନନ୍ଦିତ । ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ଭାବେ ମୁଁ ତିନି ପ୍ରତିରକ୍ଷା ବାହିନୀଠାରୁ କରାଯାଉଥିବା ପ୍ରତ୍ୟାଶା ପୂରଣ ଲାଗି ଉଦ୍ୟମ କରିବି । ଏକତ୍ର ହୋଇ ଆମେ ସମସ୍ତ ଆହ୍ୱାନ ଓ ଅସୁବିଧାର ମୁକାବିଲା କରିବୁ ବୋଲି ସେ କହିଛନ୍ତି । ଦିଲ୍ଲୀର ସାଉଥ୍‌ ବ୍ଲକ୍‌ରେ ତାଙ୍କୁ ‘ଗାର୍ଡ ଅଫ୍‌ ଅନର୍‌’ ଦିଆଯାଇଥିଲା । ଆଜି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ‘ସିଡିଏସ୍‌’ ‘ଇଣ୍ଡିଆ ଗେଟ୍‌’ ପରିସରରେ ଥିବା ‘ଜାତୀୟ ଯୁଦ୍ଧ ସ୍ମାରକୀ’ରେ ସହିଦ ଭାରତୀୟ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାପରେ ସେ ରାଇସିନା ହିଲ୍‌ସ୍‌ର ଦକ୍ଷିଣ ବ୍ଲକ୍‌ସ୍ଥିତ ଲନ୍‌ରେ ୩ ବାହିନୀର ଗାର୍ଡ ଅଫ୍‌ ଅନର୍‌ ଗ୍ରହଣ କରିଥିଲେ । ଏହି ଉତ୍ସବରେ ସେନା ମୁଖ୍ୟ ଜେନେରାଲ୍‌ ମନୋଜ ପାଣ୍ଡେ,ବାୟୁସେନା ମୁଖ୍ୟ ମାର୍ସାଲ୍‌ ଭିଆର୍‌ ଚୌଧରୀ,ନୌସେନା ମୁଖ୍ୟ ଭାଇସ୍‌ ଆଡ୍‌ମିରାଲ୍‌ ଏସ୍‌.ଏନ୍‌. ଘୋର୍ମାଡ ଏବଂ ଏୟାର୍‌ ମାର୍ସାଲ୍‌ ବି.ଆର୍‌. କ୍ରିଷ୍ଣା ମଧ୍ୟ ଉପସ୍ଥିତ ଥିଲେ । ବିପିନ ରାୱତ୍‌ଙ୍କ ପରେ ଅନୀଲ୍‌ ଚୌହାନ୍‌ ହେଉଛନ୍ତି ଭାରତର ଦ୍ୱିତୀୟ ‘ସିଡିଏସ୍‌’ । ଆଜି ଦାୟିତ୍ୱ ଗ୍ରହଣ କରିସାରିବା ପରେ ଅଫିସରେ ବସିବା ପରେ ପତ୍ନୀ ଅନୁପମା ଚୌହାନ୍‌ଙ୍କ ସହିତ ସେ ଫଟୋ ଉଠାଇଥିଲେ । ସୂଚନାଯୋଗ୍ୟ, ସେନା ବ୍ୟାପାର ବିଭାଗରେ ମଧ୍ୟ ୬୧ ବର୍ଷିୟ ‘ସିଡିଏସ୍‌’ ଚୌହାନ୍‌ ସଚିବ ଭାବେ କାର୍ଯ୍ୟ କରିବେ । ଅବସରପ୍ରାପ୍ତ ଜଣେ ‘ଥ୍ରି-ଷ୍ଟାର୍‌’ ଅଫିସର୍‌ଙ୍କୁ (ଅନୀଲ୍‌ ଚୌହାନ୍‌) ଫେରାଇ ଆଣି ‘ଫୋର୍‌-ଷ୍ଟାର୍‌’ ପାହ୍ୟାର କାର୍ଯ୍ୟ ନ୍ୟସ୍ତ କରାଯିବାରେ ଏହା ହେଉଛି ଦେଶରେ ପ୍ରଥମ ।

hiranchal ad1
Leave A Reply

Your email address will not be published.

13 − ten =