ସୁସ୍ଥ ହେଲେ ଦେଶର ପ୍ରଥମ ମଙ୍କିପକ୍ସ ରୋଗୀ

0 19

ତିରୁଅନନ୍ତପୁରମ୍‌: କେରଳରେ ଚିହ୍ନଟ ହୋଇଥିବା ଦେଶର ପ୍ରଥମ ମଙ୍କିପକ୍ସ ରୋଗୀ ସୁସ୍ଥ ହୋଇଛନ୍ତି । ସେ ତିରୁଅନନ୍ତପୁରମର ସରକାରୀ ମେଡିକାଲ୍‌ କଲେଜ୍‌ରେ ଚିକିତ୍ସିତ ହେଉଥିଲେ । କେରଳର କୋଲାମ ଜିଲ୍ଲାର ୩୫ ବର୍ଷୀୟ ଏହି ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଓ ସେ ଖୁବ୍‌ ଶୀଘ୍ର ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି । ଯେହେତୁ ଏହା ଦେଶର ପ୍ରଥମ ମଙ୍କିପକ୍ସ ମାମଲା,ସୁରକ୍ଷା ଦୃଷ୍ଟିରୁ ୭୨ ଘଣ୍ଟା ବ୍ୟବଧାନରେ ୨ ଥର ପରୀକ୍ଷା କରାଯାଇଛି ଓ ରିପୋର୍ଟ ନେଗେଟିଭ୍‌ ଆସିଛି । ବ୍ୟକ୍ତି ଜଣକ ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଅଛନ୍ତି ଓ ତାଙ୍କ ଶରୀରରେ ମଙ୍କିପକ୍ସର କୌଣସି ପ୍ରକାରର ଚିହ୍ନ ମଧ୍ୟ ନାହିଁ । କେବଳ ତାଙ୍କର ନୁହେଁ, ତାଙ୍କ ପରିବାର ଲୋକଙ୍କର ବି ପରୀକ୍ଷା କରାଯାଇଛି । ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି । ଏହା ଛଡା ମନ୍ତ୍ରୀ ଆହୁରି ବି ସୂଚନା ଦେଇଛନ୍ତି ଯେ କେରଳର ଅନ୍ୟ ୨ ମଙ୍କିପକ୍ସ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବି ଭଲ ରହିଛି । ସେମାନେ ବି ଖୁବ୍‌ ଶୀଘ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଆଶା କରାଯାଉଛି । ଆପଣ ଜାଣିଥିବେ ନିଶ୍ଚୟ ଯେ ଦେଶରେ ଏବେ ସୁଦ୍ଧା ସମୁଦାୟ ୪ ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ କେରଳର ହୋଇଥିବା ବେଳେ ଜଣେ ହେଉଛନ୍ତି ରାଜଧାନୀ ଦିଲ୍ଲୀର । ସେମାନେ ସମସ୍ତେ ଦୁବାଇ ଫେରନ୍ତା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ମଙ୍କିପକ୍ସ ହେଉଛି ପଶୁଙ୍କ ଶରୀରରୁ ମଣିଷ ଶରୀରକୁ ସଂକ୍ରମିତ ହୋଇଥିବା ଏକ ଭୁତାଣୁ । ଏହା ସାଧାରଣତଃ ମିଳିମିଳା ପରି ଦେଖାଯାଇଥାଏ । ତେବେ ଏହା ସେତେଟା ମାରାତ୍ମକ ନୁହେଁ ।

hiranchal ad1
Leave A Reply

Your email address will not be published.

7 + 13 =