ମୋଦୀ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା

0 44

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତାଭାବେ ମାନ୍ୟତାଲାଭ କରିଛନ୍ତି। ଆମେରିକୀୟ ସଂସ୍ଥା ‘ମର୍ଣ୍ଣିଂ କନ୍‌ସଲ୍ଟ’ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ ମୋଦୀଙ୍କ ଗ୍ରହଣୀୟତା ରେଟିଂ ୭୦ ପ୍ରତିଶତ ବୋଲି ଜଣାପଡ଼ିଛି। ମୋଦୀଙ୍କ ପଛକୁ ତାଲିକାର ଦ୍ବିତୀୟ ସ୍ଥାନରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜାଇ-ମ୍ୟୁଙ୍ଗ୍‌ (୬୩%) ଦ୍ବିତୀୟ ଏବଂ ଚେକ୍‌ ଗଣରାଜ୍ୟ ପ୍ରଧାନମନ୍ତ୍ରୀ ଆନ୍ଦ୍ରେଜ ବାବିସ୍‌ (୫୫%) ତୃତୀୟ ସ୍ଥାନରେ ରହିଛନ୍ତି। ଅପରପକ୍ଷରେ ବିଶ୍ବର ସବୁଠୁ ଅପ୍ରିୟ ନେତାଙ୍କ ତାଲିକାରେ ଜର୍ମାନୀର ଚାନ୍‌ସେଲର ଫ୍ରେଡେରିକ୍‌ ମର୍ଜ ସର୍ବାଗ୍ରେ ରହିଥିବା ଜଣାପଡ଼ିଛି। ସର୍ଭେରେ ସାମିଲ ଥିବା ୭୮ ପ୍ରତିଶତ ଲୋକ ମର୍ଜଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ଥିବା କୁହାଯାଇଛି। ଅପ୍ରିୟ ନେତାଙ୍କ ତାଲିକାର ଦ୍ବିତୀୟ ସ୍ଥାନରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ରହିଛନ୍ତି। ୭୫ ପ୍ରତିଶତ ଲୋକ ମାକ୍ରନଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରୁଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅପ୍ରିୟ ନେତାଙ୍କ ତାଲିକାର ଦଶମ ସ୍ଥାନରେ ରହିଛନ୍ତି।

hiranchal ad1
Leave A Reply

Your email address will not be published.

19 − 6 =