କରୋନା ପ୍ରସାର ରୋକିବାକୁ ଜାରିହେଲା ଆଡଭାଇଜରୀ :
ମାସ୍କ ପିନ୍ଧନ୍ତୁ,ବୁଷ୍ଟର ଡୋଜ୍‌ ନିଅନ୍ତୁ

0 32

ନୂଆଦିଲ୍ଲୀ: ଚୀନ୍‌ ଆମେରିକା ସମେତ ବିଶ୍ୱର ଅନେକ ଦେଶରେ ପୁଣି ଥରେ ବଢି ଚାଲିଛି କରୋନା ସଂକ୍ରମଣ । ଏନେଇ ଏବେ ଭାରତ ସରକାର ଆଗୁଆ ସତର୍କ ହୋଇପଡିଛନ୍ତି । କରୋନାର ବିସ୍ତାର ରୋକିବା ପାଇଁ ଜାରି କରାଯାଇଛି ନୂଆ ଆଡଭାଇଜରୀ । ଆଗକୁ କରୋନା ଟେଷ୍ଟିଂ ବଢିବ । ଭିଡ ଥିବା ସ୍ଥାନରେ ମାସ୍କ ପିନ୍ଧନ୍ତୁ । ବୁଷ୍ଟର ଡୋଜ୍‌ ବାଧ୍ୟତାମୂଳକ । ଯେଉଁମାନେ କରୋନା ଟିକାର ବୁଷ୍ଟର ଡୋଜ୍‌ ନେଇ ନାହାନ୍ତି,ସେମାନେ ଶୀଘ୍ର ନେବାକୁ ଜାରି ହୋଇଥିବା ଆଡଭାଇଜରୀରେ କୁହାଯାଇଛି । କରୋନାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟୀ ବୈଠକରେ ପରେ ନୀତି ଆୟୋଗ ସଦସ୍ୟ ଡଃ ବିକେ ପଲ୍‌ କହିଛନ୍ତି, ଯଦି ଆପଣ ଭିଡ ଥିବା ସ୍ଥାନରେ, ଘରେ କିମ୍ବା ବାହାରେ ଅଛନ୍ତି ତେବେ ମାସ୍କ ବ୍ୟବହାର କରନ୍ତୁ । ଏହା କମ୍‌ ବୟସ୍କ ଓ ଅଧିକ ବୟସ୍କ ଲୋକଙ୍କ ପାଇଁ ବେଶ୍‌ ମହତ୍ୱପୂର୍ଣ୍ଣ । ବର୍ତ୍ତମାନ ସୁଦ୍ଧା କେବଳ ୨୭ରୁ ୨୮ ପ୍ରତିଶତ ଲୋକେ ବୁଷ୍ଟର ଡୋଜ ନେଇଛନ୍ତି । ଆମକୁ ଏହାକୁ ବଢାଇବାକୁ ହେବ । ବୁଷ୍ଟର ଡୋଜ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ । ବରିଷ୍ଠ ନାଗରିକମାନେ ଏହାକୁ ଖୁବଶୀଘ୍ର ନେବାକୁ ସେ ନିବେଦନ କରିଛନ୍ତି । ସେପ୍ଟେମ୍ବର ମାସରେ ଭାରତରେ ଜିନୋମ ସର୍ଭିଲାନ୍ସରେ ତିିନି ଥର ବିଏଫ.୭ କରୋନା ଭାରିଏଣ୍ଟ ଚିହ୍ନଟ କରାଯାଇଛି । ଏହି ଭାରିଏଣ୍ଟରେ ହିଁ ଚୀନ୍‌ର ଲୋକେ ସଂକ୍ରମିତ ହୋଇଛନ୍ତି । ତେଣୁ ସମସ୍ତ ରାଜ୍ୟରେ ଲୋକଙ୍କୁ ମାସ୍କ ପିନ୍ଧିବା ଜରୁରୀ ବୋଲି ସରକାରଙ୍କ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି ।
ଏଣେ ଆଜି ମଧ୍ୟ ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ୧୫୦ ତଳେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୦୦ ତଳେ ରହିଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ମଙ୍ଗଳବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୩୧ କରୋନା ଭାଇରସ୍‌ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୩୧ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୬,୭୬,୩୩୦ରେ ପହଞ୍ଚିଛି । ସେହିପରି, ଗତ ୨୪ ଘଣ୍ଟାରେ ପଶ୍ଚିମବଙ୍ଗରେ ଜଣକର ମୃତ୍ୟୁ ରିପୋର୍ଟ କରାଯାଇଥିବା ବେଳେ ପିଛିଲା ଭାବେ କେରଳ ୨ଜଣଙ୍କ ମୃତ୍ୟୁ ଯୋଗ କରିବାରୁ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୦,୬୮୦କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୧,୪୨,୨୪୨ । ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୮୦% ରହିଛି । ଏହାଛଡା, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୦୮ ଥିବା ରେକର୍ଡ କରାଯାଇଛି । ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୦୧% ।

hiranchal ad1
Leave A Reply

Your email address will not be published.

2 × five =