ଦୁଆର ମୁହଁରେ ରାଜସ୍ୱ ସେବା

0 26

ନନ୍ଦହାଣ୍ଡି : ନନ୍ଦହାଣ୍ଡି ତହସିଲ ଅନ୍ତର୍ଗତ ସିନ୍ଧିଗୁଡା ଗ୍ରାମ ପଂଚାୟତର ସିନ୍ଧିଗୁଡା ଗ୍ରାମରେ ରାଜସ୍ୱ ସେବା ପ୍ରଦାନ କରାଯାଇଛି । ଉକ୍ତ ଗ୍ରାମରେ ପ୍ରଥମ ପର୍ଯ୍ୟାୟରେ ୩୯ ଗୋଟି ପରିବାରକୁ ଗ୍ରାମକଣ୍ଠ ପରମ୍ଭିକ କାର୍ଯ୍ୟକ୍ରମରେ ଘର ଡିହ ପଟ୍ଟା ଦିଆଯାଇଛି । ବହୁ ବର୍ଷରୁ ଘର ଡିହ ପଟ୍ଟା ପାଇବା ଅପେକ୍ଷାରେ ଥିବା ସିନ୍ଧିଗୁଡା ଗ୍ରାମବାସୀଙ୍କୁ ନନ୍ଦାହାଣ୍ଡି ତହସିଲଦାର ଡ଼: ବନମାଳୀ ମେହେର ଦୁଆର ମୁହଁରେ ରାଜସ୍ୱ ସେବା ଯୋଗାଇ ୩୯ ଗୋଟି ପରିବାରଙ୍କୁ ଘରବାରି ପଟ୍ଟା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟରେ ନନ୍ଦାହାଣ୍ଡି ଅତିରିକ୍ତ ତହସିଲଦାର ହିମାଂଶୁ ଶେଖର ନାୟକ, ସିନ୍ଧିଗୁଡା ରାଜସ୍ୱ ମଣ୍ଡଳର ରାଜସ୍ୱ ନିରୀକ୍ଷକ ଦିନକୃଷ୍ଣ ବେହେରା, ସହକାରୀ ରାଜସ୍ୱ ନିରୀକ୍ଷକ ନିରାକାର ସୌରା ପ୍ରମୁଖ ସାହାଯ୍ୟ କରିଥିଲେ । ଆଗାମୀ ଦିନରେ ଯୋଗ୍ୟ ଥିବା ହିତାଧିକାରୀଙ୍କୁ ଖୁବଶୀଘ୍ର ଘରଡିହ ପଟ୍ଟା ପ୍ରଦାନ କରାଯିବ ବୋଲି ନନ୍ଦାହାଣ୍ଡି ତହସିଲଦାର ଡ. ମେହେର ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

four × two =