ବିଶ୍ୱ ଐତିହ୍ୟ ତାଲିକାରେ ମୋଦୀଙ୍କ ଜନ୍ମ ନଗରୀ

0 30

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ନଗରୀ ଗୁଜରାଟର ଐତିହାସିକ ବଡନଗର, ମୋଢେରାର ସୂର୍ଯ୍ୟ ମନ୍ଦିର ଓ ତ୍ରିପୁରାର ପାହାଡକାନ୍ଥରେ ଖୋଦିତ ସ୍ଥାପତ୍ୟ ସମେତ ଭାରତର ୩ଟି ନୂତନ ସାଂସ୍କୃତିକସ୍ଥଳୀ ‘ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀର ପ୍ରାରମ୍ଭିକ ତାଲିକାରେ ସ୍ଥାନ ପାଇଥିବା କଥା ମଙ୍ଗଳବାର ଦିନ ‘ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ’ କହିଛି । ‘ୟୁନେସ୍କୋ’ର ପ୍ରାରମ୍ଭିକ ଐତିହ୍ୟ ତାଲିକାରେ ରାଷ୍ଟ୍ରମାନେ ସୂଚନା ଦେବାକୁ ଚାହୁଁଥିବା ଐତିହ୍ୟସ୍ଥଳୀଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଥାଏ । କିନ୍ତୁ, ଏହା ଯେ,‘ୟୁନେସ୍କୋ’ର ଚୂଡାନ୍ତ ତାଲିକାରେ ସାମିଲ କରାଯିବ,ତାହାର କୌଣସି ଗ୍ୟାରେଣ୍ଟି ନାହିଁ । ‘ବିଶ୍ୱ ଐତିହ୍ୟ ତାଲିକା’ରେ ସାମିଲ କରାଯିବା ନିମନ୍ତେ ସଦାସର୍ବଦା ଅଧିକ ସ୍ମାରକୀ ଓ ସ୍ଥାନ ନିରୂପଣ କରୁଥିବାରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷନ୍‌ ରେଡ୍ଡୀ ‘ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ’କୁ ଧନ୍ୟବାଦ ଜଣାଇଛନ୍ତି । ରେଡ୍ଡୀ କହିଛନ୍ତି,ବଡନଗର ମୁନିସପାଲିଟି ହେଉଛି ବହୁସ୍ତରୀୟ ଐତିହାସିକ ନଗରୀ । ଏହାର ଇତିହାସ ପ୍ରାୟ ଖ୍ରୀଷ୍ଟପୂର୍ବ ୮ମ ସମୟର । ଏହି ନଗରୀରେ ଏବେ ମଧ୍ୟ ବିଦ୍ୟମାନ ଥିବା ବହୁସଂଖ୍ୟକ ଐତିହାସିକ ଅଟ୍ଟାଳିକା ବିଶେଷକରି ଧାର୍ମିକ ଓ ଆବାସିକ ଶ୍ରେଣୀର । ଉପରୋକ୍ତ ୩ଟି ସ୍ଥଳୀକୁ ମିଶାଇ ‘ୟୁନେସ୍କୋ’ର ପ୍ରାରମ୍ଭିକ ତାଲିକାରେ ସାଂସ୍କୃତିକ ବିବିଧତା ଓ ପ୍ରାକୃତିକ ଐଶ୍ୱର୍ଯ୍ୟସମ୍ପନ୍ନ ଭାରତର ୫୨ଟି ସ୍ଥାନ ରହିଛି । ଗତବର୍ଷ ମଧ୍ୟ ଉକ୍ତ ତାଲିକାରେ ଭାରତ ୬ଟି ସ୍ଥାନ ଅନ୍ତର୍ଭୁକ୍ତ କରାଇଥିଲା । ସେଗୁଡିକ ହେଉଛି, ସାତପୁରା ବ୍ୟାଘ୍ର ସଂରକ୍ଷଣ, ନଦୀ ତଟରେ ଅବସ୍ଥିତ ପ୍ରଖ୍ୟାତ ଐତିହାସିକ ବାରାଣସୀ ନଗରୀ, ହିରେ ବେଙ୍କାଲ୍‌ର ମେଗାଲିଥିକ୍‌ ସ୍ଥଳୀ,ମହାରାଷ୍ଟ୍ରର ମରାଠା ସାମରିକ ଭାସ୍କର୍ଯ୍ୟ,ଜବଲପୁର ନର୍ମଦା ଉପତ୍ୟକାରେ ଥିବା ଭେଡାଘାଟ-ଲାମେତାଘାଟ ଏବଂ କାଞ୍ଚିପୁରମ୍‌ର ମନ୍ଦିରମାଳା ।

hiranchal ad1
Leave A Reply

Your email address will not be published.

3 × two =