ହକି ବିଶ୍ୱକପ ଟ୍ରଫିକୁ ସ୍ୱାଗତ ପାଇଁ ଗଣମାଧ୍ୟମ ବୈଠକ

0 44

ପୁରୀ : ୨୦୨୩ ମସିହାରେ ପୁରୁଷ ହକି ବିଶ୍ୱକପ ଓଡ଼ିଶା ଆୟୋଜନ କରୁଛି । ଏହା ଏକ ଗୌରବ ର କଥା । ପୁଣି ଆମ ଦେଶରେ ହକି ବିଶ୍ୱକପ କେବେ ଅନୁଷ୍ଠିତ ହେବ ତାହା କହିହେବ ନାହିଁ । ତେଣୁ ଏହାକୁ ସ୍ମରଣୀୟ କରିବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି । ହକି ବିଶ୍ୱକପ ଟ୍ରଫି ପୁରୀ ଜିଲ୍ଲା ପରିଭ୍ରମଣ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ପ୍ରଦାନ ଉଦ୍ଦେଶ୍ୟରେ ଆଜି ଅପରାହ୍ନରେ ସର୍କିଟ ହାଉସ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ସାହୁ ବିଶ୍ୱକପ ହକି ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ । ୧୬ ଟି ଦେଶର ପ୍ରତିଯୋଗୀ ଏହି ବିଶ୍ୱକପରେ ଅଂଶଗ୍ରହଣ କରିବେ । ହକିକୁ ଅଧିକ ଲୋକାଭିମୁଖୀ ତଥା ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ବିଶ୍ୱକପର ପ୍ରକୃତ ଟ୍ରଫି ସମଗ୍ର ରାଜ୍ୟ ପରିକ୍ରମା କରିବ । ପୁରୀ ଜିଲ୍ଲାକୁ ଚଳିତ ମାସ ୨୬ ତାରିଖ ସଂଧ୍ୟାରେ ଏହା ପହଞ୍ଚିବ । ୨୭ ତାରିଖ ପ୍ରତ୍ୟୁଷରୁ ଭିକ୍ଟୋରିଆ ହୋଟେଲ ସମ୍ମୁଖ ବେଳାଭୂମିରେ ମନୋଜ୍ଞ ସାସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଟ୍ରଫିକୁ ସ୍ୱାଗତ ଓ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ । ଏହା ପରେ ଟ୍ରଫିକୁ ବ୍ଲୁ ଫ୍ଲାଗ ବିଚକୁ ନିଆଯିବ ଓ ସେଠାରେ ଫଟୋ ସୁଟ କରାଯିବ ।ପରେ ସିଂହଦ୍ୱାରରେ ପ୍ରଭୁଙ୍କ ଆଶୀର୍ବାଦ ପରେ ଟ୍ରଫିକୁ ପ୍ରଦର୍ଶନ କରାଯିବ । ଅପରାହ୍ନରେ ଶ୍ରୀ ଜଗନ୍ନାଥ ଷ୍ଟାଡିୟମରେ ଫଟୋ ସୁଟ ପରେ ବିଶ୍ୱକପ ଟ୍ରଫି କୋଣାର୍କ ଇକୋ ରିଟ୍ରିଟ୍‌ ଓ କୋଣାର୍କ ମନ୍ଦିରରେ ସ୍ୱାଗତ, ପ୍ରଦର୍ଶନ ଓ ଫଟୋ ସୁଟ ପରେ ଜିଲ୍ଲାରୁ ବିଦାୟ ନେବ ବୋଲି ସେ ସୂଚନା ଦେଇଥିଲେ । ଏହି ବୈଠକରେ କ୍ରୀଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରିଡା ଆସୋସିଏସନର ସମ୍ପାଦକ ରବି ଶଙ୍କର ପ୍ରତିହାରୀ ପ୍ରମୁଖ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

3 × two =